www.samajalive.in
Wednesday, December 10, 2025
23.1 C
Bhubaneswar

ପୂର୍ବ ଭଳି ସେବା ଜାରି ରଖିବ ପେଟିଏମ୍, ସୂଚନା ଦେଲେ କମ୍ପାନୀର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଜଣାଶୁଣା ପେମେଣ୍ଟ ଅପ୍ସନ ପେଟିଏମ୍ ପେମେଣ୍ଟ୍ସ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛି । ରିଜର୍ଭ ବ୍ୟାଙ୍କ କହିଛି କି ୨୯ ଫେବୃୟାରୀ ପରଠୁ ଆକାଉଣ୍ଟ ଏବଂ ପେଟିଏମ୍ ଓ୍ବାଲେଟରେ ନୂଆ ଜମା ରାଶି ସ୍ବୀକାର କରାଯିବନି । ତେବେ ପେଟିଏମର ଫାଉଣ୍ଡର ବିଜୟ ଶେଖର ଶର୍ମା ନିକଟରେ ଏକ ପୋଷ୍ଟ ଜରିଆରେ କହିଛନ୍ତି କି ପ୍ଲାଟଫର୍ମର ସମସ୍ତ ସର୍ଭିସ୍ ପୂର୍ବ ଭଳି କାମ କରିବ ।

କହିରଖୁଛୁ ପେଟିଏମ ପେମେଣ୍ଟସ ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି। ପେଟିଏମର ଓ୍ବାଲେଟରେ ଏଣିକି ନୂଆ ଗ୍ରାହକ ଯୋଡ଼ି ହୋଇପାରିବେନି। ଏହି ଓ୍ବାଲେଟକୁ ପେଟିଏମ୍ ବ୍ୟାଙ୍କ କୁହାଯାଉଥିଲା । ଫେବୃଆରୀ ୨୯ଠାରୁ ଏଥିରେ ଆଉ ଟଙ୍କା ଜମା ହୋଇପାରିବନାହିଁ। ତେବେ ପେଟିଏମ ୱାଲେଟରେ ଥିବା ଟଙ୍କା ସରିବା ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରିପାରିବେ ଗ୍ରାହକ । ରିଜର୍ଭ ବ୍ୟାଙ୍କ କେବଳ ସେହି ବିଭାଗ ଉପରେ କଟକଣା ଲଗାଇଛି । ଗ୍ରାହକ ପେଟିଏମ୍ ସହିତ ଲିଙ୍କ ଥିବା ନିଜ ବ୍ୟାଙ୍କ ଆକାଉଣ୍ଟର ପଇସାକୁ ଟ୍ରାନ୍ସଫର, ସପିଂ ଆଦି ପାଇଁ ପୂର୍ବ ଭଳି ବ୍ୟବହାର କରିପାରିବେ ।

- Advertisement -

 

ନିୟମ ପାଳନ କରୁନଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କିନ୍ତୁ ଅନ୍ୟପଟେ ସାଧାରଣ ଲୋକେ ପେଟିଏମ୍ ବନ୍ଦ ହୋଇଯିବ ବୋଲି ଆଶଙ୍କା କରୁଛନ୍ତି । ତେଣୁ ଶେଷରେ ମୁହଁ ଖୋଲିଛନ୍ତି ଏହାର ଫାଉଣ୍ଡର ବିଜୟ ଶେଖର ଶର୍ମା । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇ କହିଛନ୍ତି କି ପେଟିଏମ୍ ଫେବୃୟାରୀ ୨୯ ପରେ ମଧ୍ୟ ଚାଲିବ ଏବଂ ଗ୍ରାହକ ଏଥିରେ ପୂର୍ବ ଭଳି ବାଲାନ୍ସ ଟ୍ରାନ୍ସଫର, ପେମେଣ୍ଟ ଆଦି କରିପାରିବେ । ଏହା ସହିତ ସେ ଏହାର ୟୁଜରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories