www.samajalive.in
Wednesday, December 10, 2025
16.1 C
Bhubaneswar

କଂଗ୍ରେସ ସାଂସଦଙ୍କ ବିବାଦୀୟ ବୟାନ: କହିଲେ, ‘ଅଲଗା ଦେଶ ଗଢିବାକୁ ହେବ’; ବର୍ଷିଲା ବିଜେପି

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ଡିକେ ସୁରେଶ ଗୁରୁବାର ଉତ୍ତର ଏବଂ ଦକ୍ଷିଣ ଭାରତକୁ ନେଇ ଏୟ ବୟାନ ଦେଇଛନ୍ତି ଯାହାକୁ ନେଇ ବିବାଦ ଦେଖାଦେଇଛି । କର୍ଣ୍ଣାଟକର ଡେପୁଟି ସିଏମ୍ ଡିକେ ଶିବକୁମାରଙ୍କ ଭାଇ ଡିକେ ସୁରେଶ ଅଭିଯୋଗ ଲଗାଇଛନ୍ତି କି କର୍ଣ୍ଣାଟକକୁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପଇସା ଦେଉନାହାଁନ୍ତି । ଏହି କାରଣରୁ ତାଙ୍କ ପାଖରେ ଦକ୍ଷିଣ ଭାରତକୁ ନେଇ ଅଲଗା ରାଜ୍ୟର ଦାବି କରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ । ଡିକେ ସୁରେଶଙ୍କ ଏହି ବୟାନ ପରେ ବିଜେପି କଂଗ୍ରେସକୁ କଟାକ୍ଷ କରିବା ଆରମ୍ଭ କରିଦେଇଛି ।

ଅନ୍ତରୀଣ ବଜେଟକୁ ନେଇ ବେଙ୍ଗାଲୁରୁରୁ କଂଗ୍ରେସ ସାଂସଦ ଡିକେ ସୁରେଶ କହିଛନ୍ତି କି ଏହା ନିର୍ବାଚନୀ ବଜେଟ୍ । ଅନ୍ତରୀଣ ବଜେଟ ବୋଲି କେବଳ ନାଁ ବଦଳିଛି । ସେ ଯୋଜନାର କିଛି ସଂସ୍କୃତ ଏବଂ ହିନ୍ଦୀ ନାଁ ଦେଇଛନ୍ତି । କେନ୍ଦ୍ର ସଠିକ୍ ଉପାୟରେ ଦକ୍ଷିଣ ଭାରତୀୟ ରାଜ୍ୟକୁ ଜିଏସଟି ଏବଂ ପ୍ରତ୍ୟେକ୍ଷ କରର ଭାଗ ଅଧିକାର ଦେଉନାହାଁନ୍ତି । ଦକ୍ଷିଣ ଭାରତୀୟ ରାଜ୍ୟକୁ ଅନ୍ୟାୟର ସାମ୍ନା କରିବାକୁ ପଡୁଛି । ଦକ୍ଷିଣ ରାଜ୍ୟରୁ ଏକତ୍ର ଧନ ଉତ୍ତର ଭାରତୀୟ ରାଜ୍ୟମାନଙ୍କୁ ଦିଆଯାଉଛି । ଯଦି ଏମିତି ଚାଲେ, ତେବେ ଆମେ ଏକ ଅଲଗା ଦେଶର ଦାବି କରିବାକୁ ବାଧ୍ୟ ହେବୁ । କେନ୍ଦ୍ରକୁ ଆମଠୁ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ମିଳୁଛି ଏବଂ ବଦଳରେ ଆମକୁ ମାତ୍ର କିଞ୍ଚିତ୍ ମିଳୁଛି । ଏଥିରେ ସ୍ବର ଉଠାଇବାକୁ ହେବ ବୋଲି ସେ କହିଛନ୍ତି ।

- Advertisement -

ଡିକେ ସୁରେଶଙ୍କ ଏହି ବୟାନରେ ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟା ଟାର୍ଗେଟ୍ କରିଛନ୍ତି । ସୂର୍ଯ୍ୟା କହିଛନ୍ତି କି କଂଗ୍ରେସର ଇତିହାସ ହେଉଛି ବିଭାଜନ କରି ରାଜୁତି କରିବା । ଡିକେ ସୁରେଶ ମଧ୍ୟ ଉତ୍ତର ଓ ଦକ୍ଷିଣ ଭାରତ ମଧ୍ୟରେ ବିଭାଜନ ଚାହୁଁଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ତେଜସ୍ବୀ ଲେଖିଛନ୍ତି କି ‘ଗୋଟେ ପଟେ ତାଙ୍କ ନେତା ରାହୁଲ ଗାନ୍ଧୀ ନିଜ ଭାରତ ଯୋଡୋ ଯାତ୍ରା ସହିତ ଦେଶକୁ ଏକଜୁଟ କରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ଅନ୍ୟପଟେ ଜଣେ ସାଂସଦ ଦେଶକୁ ଭାଙ୍ଗିବାକୁ ଲାଗିଛନ୍ତି । କିନ୍ତୁ କନ୍ନଡବାସୀ କେବେବି ଏମିତି ହେବାକୁ ଦେବେନି । ଆମେ ଲୋକସଭା ନିର୍ବାଚନରେ ଏହାର କଡା ଜବାବ ଦେବୁ ଏବଂ ସୁନିଶ୍ଚିତ କରିବୁ କି କଂଗ୍ରେସ ମୁକ୍ତ ଭାରତ ସଫଳ ହେଉ ।‘

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories