www.samajalive.in
Friday, December 12, 2025
15.1 C
Bhubaneswar

ନୂଆପାଟଣା ନିକଟରେ ବସ୍ ଦୁର୍ଘଟଣା,୨୧ ଯାତ୍ରୀ ଆହତ

ଚୌଦ୍ୱାର : ୫୫ନମ୍ବର ଜାତୀୟ ରାଜପଥର ଚୌଦ୍ୱାର ଥାନା ଅନ୍ତର୍ଗତ ନୂଆପାଟଣା ଗଡ଼ା ନିକଟରେ ଗୁରୁବାର ଭୋର ସମୟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ଉପରେ ଓଲଟି ପଡ଼ିଛି । ଫଳରେ ବସରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ୨୧ ଜଣ ଆହତ ହୋଇଥିବା ଜଣା ପଡ଼ିଛି । ଚୌଦ୍ୱାର ପୁଲିସ ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇଛି । ଆହତମାନଙ୍କ ମଧ୍ୟରେ କିଛି ମହିଳା ଓ ଛୋଟପିଲା ଥିବା ସୂଚନା ମିଳିଛି । ଆହତମାନେ ସମସ୍ତେ ଦେବଗଡ଼ ଅଞ୍ଚଳର ବୋଲି ପୁଲିସ ସୁତ୍ରରୁ ପ୍ରକାଶ ।

ପ୍ରତ୍ୟକ୍ଷଦର୍ଶୀ ସୁତ୍ରରୁ ପ୍ରକାଶ ଯେ ଓଡ଼ି ୦୫ ବିକେ ୫୪୭୫ ନମ୍ବରଯୁକ୍ତ ଶ୍ରୀଲକ୍ଷ୍ମୀ ନାମକ ଉକ୍ତ ବସଟି ୪୦ଜଣ ଯାତ୍ରୀଙ୍କୁ ନେଇ ଦେବଗଡ଼ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ରାତି ପ୍ରାୟ ୩ଟା ୩୦ ମିନିଟ ସମୟରେ ବସଟି ୫୫ ନମ୍ବର ଜାତୀୟ ରାଜପଥର ନୂଆପାଟଣା ଗଡ଼ା ନିକଟରେ ରାଜପଥରୁ ବୁଲି ନୂଆପାଟଣା ରାସ୍ତାଦେଇ ମଧୁସେତୁ ଅଭିମୁଖେ ଯାଉଥିବାବେଳେ ନୂଆପାଟଣା ଛକ ଉପରେ ରାସ୍ତାମଝିରେ ଥିବା ଡିଭାଇଡ଼ରରେ ପିଟି ହୋଇଯାଇଥିଲା। ଫଳରେ ବସଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା । ଖବରପାଇ ଚୌଦ୍ୱାର ଥାନା ପୁଲିସ ଓ ଚୌଦ୍ୱାର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ପଠାଇବା ସହିତ ବସଟିକୁ କ୍ରେନ୍ ସାହାଯ୍ୟରେ ରାସ୍ତାରୁ ଉଠାଇଥିଲେ । ଦୁର୍ଘଟଣାର କାରଣ ସମ୍ପର୍କରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories