www.samajalive.in
Tuesday, December 9, 2025
15.1 C
Bhubaneswar

ପୂଜା ଘରେ ଏସବୁ ରଖିଲେ ; ଆପେ ଆପେ ଆସେ ଧନ,ଆଦୌ ହୁଏ ନାହିଁ ଅଭାବ..

ସମସ୍ତେ ଇଚ୍ଛା କରନ୍ତି ସେମାନଙ୍କ ନିକଟରେ ଧନର ଅଭାବ ନହେଉ। ଟଙ୍କା ସଞ୍ଚୟ ହୋଇ ରହୁ। ମା’ଲକ୍ଷ୍ମୀ ସର୍ବଦା ସେମାନଙ୍କ ଉପରେ ନିଜର କୃପା ରଖିଥାଆନ୍ତୁ। ତେବେ ଏଭଳି ଇଚ୍ଛା ଥିଲେ କିଛି ସରଳ ଉପାୟ ଆପଣାଇ ପାରିବେ।
ବାସ୍ତୁ ଅନୁଯାୟୀ, ଘରର ପ୍ରତ୍ୟେକ ସ୍ଥାନରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପୂଜାସ୍ଥାନ।
ଘରେ ପୂଜାକକ୍ଷ ସଠିକ୍‌‌ ସ୍ଥାନରେ ରହିଲେ ସକରାତ୍ମକ ଶକ୍ତି ପ୍ରବେଶ କରିବା ସହ ଅତ୍ୟନ୍ତ ଶୁଭଫଳ ମିଳିଥାଏ।
ଜ୍ୟୋତିଷଙ୍କ ମତାନୁଯାୟୀ, ଏପରି କିଛି ଜିନିଷ ଯାହାକୁ ଠାକୁର ଘରେ ରଖିବା ଦ୍ୱାରା ଜୀବନରେ ଥିବା ସମସ୍ୟା ଦୂର ହୋଇ ଘରେ ସୁଖସମୃଦ୍ଧି, ଉନ୍ନତି ସହ ଟଙ୍କାପଇସାର ଅଭାବ ଦୂର ହୋଇଥାଏ। ଜାଣନ୍ତୁ..
ଗଙ୍ଗା ଜଳକୁ ଖୁବ ପବିତ୍ର କୁହାଯାଏ। ଘରେ ଠାକୁର ଘରେ ଗଙ୍ଗାଜଳ ରଖିବା ଦ୍ୱାରା ଓ ଏହାକୁ ଘରେ ଛିଞ୍ଚିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ନକରାତ୍ମକ ଶକ୍ତି ଦୂର ହୋଇଥାଏ।
ଠାକୁର ଘରେ ଶଙ୍ଖ ରଖି ପୂଜା କରିବା ଦ୍ୱାରା ଖୁବ ଲାଭ ମିଳିଥାଏ। ଶଙ୍ଖ ବଜାଇବା ଦ୍ୱାରା ଏହାର ପବିତ୍ର ଧ୍ୱନି କାରଣରୁ ଘରେ ସବୁବେଳେ ଶାନ୍ତି ରହିଥାଏ।
ଘରର ଅଗଣାରେ ତୁଳସୀ ବୃକ୍ଷ ରହିଥିଲେ, ଖୁବ ଉନ୍ନତି ହୋଇଥାଏ। ଧନର ଆଗମନ ହୋଇଥାଏ। ଧନବୃଦ୍ଧି ହୋଇଥାଏ। ପୂଜା ଘରେ ଶାଳଗ୍ରାମ ମଧ୍ୟ ରଖିପାରିବେ। ଏହାଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ।
ମୟୁରପୁଚ୍ଛ ଭଗବାନ କୃଷ୍ଣଙ୍କୁ ଅତି ପ୍ରିୟ। ପ୍ରଭୁ ଏଥିରେ ବାସ କରନ୍ତି ବୋଲି କୁହାଯାଏ। ପୂଜାଘରେ ମୟୁରପୁଚ୍ଛ ଥିବା ଦ୍ୱାରା ଶୁଭଫଳ ମିଳିଥାଏ। ଏହି ସବୁ ଜିନିଷ ଠାକୁର ଘରେ ରଖିବା ଦ୍ୱାରା ଧନ ଆପେ ଆପେ ଆସିଥାଏ ଓ ଧନର ଅଭାବ ହୋଇନଥାଏ ବୋଲି କୁହାଯାଏ।

 

- Advertisement -

 

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories