www.samajalive.in
Monday, December 8, 2025
27.1 C
Bhubaneswar

ସାରୁର ଉପକାରୀ ଗୁଣ

ସାଧାରଣତଃ ଆମ ରୋଷେଇ ଘରେ ଅନ୍ୟ ପରିବା ସହ ସାରୁ ମଧ୍ୟ ରହିଥାଏ। ହେଲେ ଏହାର ଲାଳୁଆ ଗୁଣ ଓ ଖାଇବା ଦ୍ୱାରା ବେଳେବେଳେ ପାଟି କୁଣ୍ଡେଇ ହେବା କାରଣକୁ ନେଇ ଅଧିକାଂଶ ଲୋକେ ଏହାକୁ ଖାଇବାକୁ ପସନ୍ଦ କରିନଥା’ନ୍ତି। ତେବେ ଖୁବ୍ କମ୍ ଲୋକଙ୍କୁ ଏବିଷୟରେ ଜଣାଥିବ ଯେ ସାରୁ ଆମ ଶରୀର ପାଇଁ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।

ସାରୁରେ କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଡାଇଟେରି ଫାଇବର୍ସ, ଭିଟାମିନ୍-ବି କମ୍ପ୍ଲେକ୍ସ, ଭିଟାମିନ୍-ଏ, ଭିଟାମିନ୍-ସି, ଭିଟାଇନ୍-ଇ, ଭିଟାମିନ୍-କେ, ସୋଡିଅମ୍, ପୋଟାସିଅମ୍, କ୍ୟାଲ୍ସିୟମ୍, କପର୍, ଆଇରନ୍, ମ୍ୟାଗ୍ନେସିୟମ୍, ମାଙ୍ଗାନିଜ୍, ସେଲେନିଅମ୍ ଓ ଜିଙ୍କ୍ ଭଳି ବହୁ ପୌଷ୍ଟିକ ତତ୍ତ୍ବ ରହିଛି। ଚାଲନ୍ତୁ ଜାଣିବା ସାରୁ ଖାଇବା ଦ୍ବାରା ଆମର କି ଉପକାର ହୋଇଥାଏ –

- Advertisement -

୧-ସାରୁ ଖାଇଲେ କ୍ଳାନ୍ତି ଦୂର ହେବାସହିତ ବ୍ୟକ୍ତିକୁ ଶକ୍ତି ମଧ୍ୟ ମିଳିଥାଏ।
୨-ଏହା ବ୍ୟତୀତ ସାରୁ ଖାଇବା ଦ୍ୱାରା ଓଜନ ମଧ୍ୟ ହ୍ରାସ ହୋଇଥାଏ। କାରଣ ସାରୁରେ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ୍ ଏବଂ ଡାଇଟେରି ଫାଇବର୍ସ ରହିଥିବା କାରଣରୁ ଏହା ଆମ ଶରୀରରେ ଓଜନ ହ୍ରାସ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
୩- ସାରୁ ଖାଇବା ଦ୍ୱାରା ବ୍ୟକ୍ତିର ହଜମପ୍ରକ୍ରିୟା ମଧ୍ୟ ସଠିକ୍ ଭାବେ କାର୍ୟ୍ୟ କରିଥାଏ।
୪-ସାରୁ ଖାଇବା ଦ୍ୱାରା ହୃଦୟ ସମ୍ବନ୍ଧିତ ରୋଗ ସହିତ ହାଇପର୍ ଟେନ୍ସନ୍ ସମସ୍ୟା ବି ଦୂରୀଭୂତ ହୋଇଥାଏ।
୫-ସାରୁ ଖାଇବା ଦ୍ୱାରା ତ୍ୱଚାଜନିତ ସମସ୍ୟା ସହ ଆଖିର ସମସ୍ୟା ମଧ୍ୟ ଦୂର ହୋଇଥାଏ।
୬-ଏଥିସହିତ ଯଦି ଆପଣ ମଧୁମେହରେ ପିଡ଼ୀତ, ତେବେ ନିଶ୍ଚିତ ଭାବେ ସାରୁ ଖାଆନ୍ତୁ।
୭-ସାରୁ ଖାଇବା ଦ୍ବାରା ଶରୀରରେ ସଠିକ୍ ଭାବେ ରକ୍ତ ସଞ୍ଚାଳନ ମଧ୍ୟ ହୋଇଥାଏ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories