ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଚମ୍ପଇ ସୋରେନ୍, ବର୍ତ୍ତମାନ ଅଛନ୍ତି ପରିବହନ ମନ୍ତ୍ରୀ
ରାଞ୍ଚି : ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଚମ୍ପଇ ସୋରେନ୍ । ତାଙ୍କୁ ମହାମେଣ୍ଟର ବିଧାୟକ ଦଳ ନେତା ଚୟନ କରାଯାଇଛି । ସେପଟେ ଜମି ଘୋଟାଲାରେ ଫସିଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଇଡିର ପଚରାଉଚରା ପରେ ଇସ୍ତଫା ଦେଇଛନ୍ତି । ସେ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ରାଜ୍ୟପାଳ ତାଙ୍କ ଇସ୍ତଫାକୁ ମଞ୍ଜୁର କରିଛନ୍ତି । ଅନ୍ୟପଟେ ସେ ଖୁବ୍ ଶୀଘ୍ର ଗିରଫ ହୋଇପାରନ୍ତି ବୋଲି ସୂଚନା ସାମ୍ନାକୁ ଆସିଛି । ତେବେ ଚମ୍ପଇ ସୋରେନଙ୍କ କଥା କହିବା ତ ସେ ବର୍ତ୍ତମାନ ଝାଡଖଣ୍ଡର ପରିବହନ ମନ୍ତ୍ରୀ ଅଛନ୍ତି । ୨୦୫ରୁ ସେ ସରାୟକେଲାରୁ ଲଗାତର ବିଧାୟକ ରହିଆସିଛନ୍ତି । ଗତ ସରକାରରେ ଚମ୍ପଇ ସୋରେନଙ୍କୁ ଖାଦ୍ୟ ଯୋଗାଣ ଏବଂ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କରାଯାଇଥିଲା ।
Comments are closed.