ଇଡି ଅଧିକାରୀଙ୍କ ବିରୋଧରେ ଏତଲା ଦେଲେ ହେମନ୍ତ ସୋରେନ୍
ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅଧିକାରୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ମିଳଥିବା ସୂଚନା ଅନୁସାରେ, ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିବାରଣ ଆଇନ ଅଧୀନରେ ସେ ଏତଲା ଦେଇଛନ୍ତି। ଇଡି ଅଧିକାରୀମାନେ ତାଙ୍କ ଭାବମୂର୍ତ୍ତି ମଳିନ କରୁଥିବା ସୋରେନ୍ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଜମି ଦୁର୍ନୀତି ମାମଲାରେ ଇଡି ଅଧିକାରୀମାନେ ବୁଧବାର ସୋରେନଙ୍କୁ ରାଞ୍ଚିସ୍ଥିତ ତାଙ୍କ ବାସଭବନରେ ପଚରାଉଚରା କରିଥିଲେ। ୧୦ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଇଡି ହେମନ୍ତ ସୋରେନଙ୍କୁ ପଚରାଉଚରା କରିଛି। ପୂର୍ବରୁ ଜାନୁଆରୀ ୨୦ ତାରିଖରେ ଏହି ମାମଲାରେ ତାଙ୍କୁ ପଚରାଉଚରା କରାଯାଇଥିଲା।
Comments are closed.