www.samajalive.in
Monday, December 8, 2025
13.1 C
Bhubaneswar

ସଂସଦକୁ ଫେରିବେ ୧୪ ନିଲମ୍ବିତ ସାଂସଦ

ନୂଆଦିଲ୍ଲୀ: ଶୀତକାଳୀନ ଅଧିବେଶନ ସମୟରେ ନିଲମ୍ବିତ ହୋଇଥିବା ୧୪ ଜଣ ବିରୋଧୀ ଦଳ ସାଂସଦ ବଜେଟ୍ ଅଧିବେଶନରେ ଭାଗ ନେବା ପାଇଁ ସଂସଦକୁ ଫେରିବେ। ଏ ସମସ୍ତଙ୍କ ମାମଲା ସ୍ବାଧିକାର କମିଟି ନିକଟକୁ ପଠାଯାଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ, ଏନେଇ ସରକାର ଲୋକସଭା ଓ ରାଜ୍ୟସଭାକୁ ଅନୁରୋଧ କରିଥିଲେ ଏବଂ ଏଥିରେ ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷ ସହମତି ପ୍ରକାଶ କରିଛନ୍ତି।

ଉଭୟ ଲୋକସଭା ଓ ରାଜ୍ୟସଭାକୁ ଅନୁରୋଧ କରାଯାଇଥିଲା ଯେ, ଶୀତ ଅଧିବେଶନରେ ସାଂସଦମାନଙ୍କ ଆଚରଣ ପାଇଁ ସେମାନେ ଦୁଃଖ ପ୍ରକାଶ କରିବା ପରେ ତାଙ୍କ ନିଲମ୍ବନକୁ ରଦ୍ଦ କରିଯାଉ। ଏଠାରେ ସୂଚନାଯୋଗ୍ୟ, ସାଂସଦମାନଙ୍କ ଲଗାତାର ବିରୋଧ ପ୍ରଦର୍ଶନ ପରେ ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ ହୋଇଥିଲେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories