www.samajalive.in
Sunday, December 14, 2025
23.1 C
Bhubaneswar

ଅଟା କେଉଁଥିରେ ଚକଟିବେ? ପାଣି ନା କ୍ଷୀରରେ..

ସଭିଁଙ୍କର ମୁଖ୍ୟ ଖାଦ୍ୟ ମଧ୍ୟରୁ ଗୋଟିଏ ହେଉଛି ରୁଟି ଓ ଅନ୍ୟଟି ଭାତ। ତେବେ କିଛି ସରଳ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା ଖାଦ୍ୟ ଅଧିକ ସ୍ୱାଦିଷ୍ଟ ହୋଇଥାଏ। ସେହିଭଳି ରୁଟିକୁ ସ୍ୱାଦିଷ୍ଟ ଓ ନରମ କରିବା ପାଇଁ ଏହି ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ.. ରୁଟି ପ୍ରସ୍ତୁତ କରିବା କୌଣସି କଠିନ କାର୍ଯ୍ୟ ନୁହେଁ। ମାତ୍ର ଏହା କିପରି ଅଧିକ ନରମ ଓ ସମ୍ପୂର୍ଣ୍ଣ ଫୁଲିବା ପାଇଁ ବହୁ ଲୋକେ ଏହାକୁ ୩୦ ମିନିଟ ପାଖାପାଖି ଚକଟା ପ୍ରସ୍ତୁତ କରନ୍ତି। କେହି କେହି ଅଟା ଚକଟିବା ସମୟରେ ଘିଅ କିମ୍ବା ତେଲ ମଧ୍ୟ ମିଶାଇ ଥାଆନ୍ତି। ମାତ୍ର ଏସବୁ ଉପାୟ ବ୍ୟତୀତ କିଛି ଉପାୟ ଦ୍ୱାରା ଆପଣ ଅଟା ଚକଟାକୁ ଖୁବ ନରମ କରିପାରିବେ। ଜାଣନ୍ତୁ ଏହା ପାଇଁ କେଉଁ ଟିପ୍ସ ଆପଣେଇବାକୁ ପଡ଼ିଥାଏ।

ଅଟା ଚକଟିବା ପାଇଁ ପାଣି ବଦଳରେ କ୍ଷୀର ବ୍ୟବହାର କଲେ ଏହା ଅଧିକ ନରମ ଓ ସ୍ୱାଦିଷ୍ଟ ହୋଇଥାଏ। ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ହେବା ସହ ଶରୀରକୁ ବିଭିନ୍ନ ପୋଷକ ତତ୍ତ୍ୱ ମିଳିଥାଏ। ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇବା ସହ ତ୍ୱଚାକୁ ସୁନ୍ଦର,କୋମଳ ଓ ଚମକ ବୃଦ୍ଧି କରିଥାଏ। ଥକ୍କାପଣ ଅନୁଭବ ହୋଇନଥାଏ। ଅଧିକ ସମୟ ପର୍ଯ୍ୟନ୍ତ ପେଟ ଭର୍ତ୍ତି ହୋଇ ରହିଥାଏ।
ଅନ୍ୟ ଏକ ଉପାୟ..

- Advertisement -

୨କପ ଅଟା ପାଇଁ ୨କପ ପାଣି ନିଅନ୍ତୁ। ଅଟା ଚକଟିବା ସମୟରେ ଏକତ୍ର ସବୁ ପାଣି ପକାନ୍ତୁ ନାହିଁ।
ଅଟାରେ ଅଳ୍ପ ଅଳ୍ପ ପାଣି ପକାଇ ଏହାକୁ ଗୋଳାଇବା ଭଳି ଧିରେ ଧିରେ ଚକଟନ୍ତୁ।
ଚକଟା ହୋଇ ଆସିବା ବେଳକୁ ପାଣିର ମାତ୍ରା କମ କରିଦିଅନ୍ତୁ। ୫ ମିନିଟ ମଧ୍ୟରେ ଚକଟା ପ୍ରସ୍ତୁତ ହୋଇଯିବ।
ଆଙ୍ଗୁଠି ସାହାଯ୍ୟରେ କିଛି ସମୟ ଏହି ଚକଟାକୁ ଦାବି ଦିଅନ୍ତୁ।
ଏହାପରେ ଅଳ୍ପ ପାଣି ଅଟା ଚକଟା ଚାରିଆଡ଼େ ଛିଞ୍ଚି ଦିଅନ୍ତୁ।
ଏହି ଚକଟା ଅଟା ଉପରେ ଆଉ ଏକ ଥାଳି ଘୋଡ଼ାଇ ୫ ମିନିଟ ରଖି ଦିଅନ୍ତୁ।
ଏବେ ପୁଣି ଅଟାକୁ ଆଉ ଥରେ ଭଲ ଭାବେ ଚକଟି ଦିଅନ୍ତୁ।
ଏପରି ଭାବେ ଅଟା ଚକଟା ପ୍ରସ୍ତୁତ କଲେ ରୁଟି ଖୁବ ନରମ ଓ ସ୍ୱାଦିଷ୍ଟ ହୋଇଥାଏ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories