www.samajalive.in
Sunday, December 7, 2025
23.1 C
Bhubaneswar

କାହିଁକି ହସ୍ପିଟାଲରେ ବିବାହ ପରେ ୧୮ ଘଣ୍ଟା ପରେ ଆଖି ବୁଜିଲେ ମହିଳା?

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜଣେ ଦମ୍ପତିଙ୍କ ଭିନ୍ନ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଯାହାକୁ ଜାଣିବା ପରେ ଆପଣଙ୍କ ଆଖିରୁ ମଧ୍ୟ ଲୁହ ଆସିବ। ଘଟଣା କ୍ରମେ, ଜଣେ ରୋଗଗ୍ରସ୍ତ ମହିଳା ହସ୍ପିଟାଲରେ ହିଁ ନିଜ ପ୍ରେମୀଙ୍କୁ ବିବାହ କରି ନିଜର ଶେଷ ଇଚ୍ଛା ପୂରଣ କରି ଆଖିବୁଜିଲେ। ମାତ୍ର ୧୮ ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ଆମେରିକାର କନେକ୍ଟିକଟ୍‌‌ର। ବର୍ତ୍ତମାନ ଏହି ଘଟଣାଟି ଖୁବ୍‌‌ ଭାଇରାଲ ହେଉଛି। ତେବେ ଆପଣଙ୍କ ମନକୁ ମଧ୍ୟ ଏହି ପ୍ରଶ୍ନ ଆସୁଥିବ ମହିଳା ଜଣଙ୍କ କେଉଁ ରୋଗରେ ପୀଡିତ ଥିଲେ। ଯାଦ୍ୱାରା ତାଙ୍କର ମୃତ୍ୟୁ ଘଟିଛି। ମହିଳା ଜଣଙ୍କ କର୍କଟ (କ୍ୟାନସର)ରେ ପୀଡିତ ଥିଲେ। ତେଣୁ ହସ୍ପିଟାଲର ଶଯ୍ୟାରେ ହିଁ ନିଜ ପ୍ରେମୀଙ୍କୁ ବିବାହ କରିଥିଲେ।
ମହିଳାଙ୍କ ଏହି ଭିନ୍ନ ଓ ହୃଦୟସ୍ପର୍ଶୀ ଘଟଣାକୁ ପ୍ରଥମେ ଟୁଇଟରେ ପୋଷ୍ଟ କରାଯାଇଥିଲା। ମହିଳାଙ୍କର କ୍ୟାନସର କାରଣରୁ ମୃତ୍ୟୁ ହେବାର କିଛି ଘଣ୍ଟା ପୂର୍ବରୁ ହସ୍ପିଟାଲରେ ହିଁ ତାଙ୍କର ବିବାହ ହୋଇଥିଲା। ୨୯ ଜାନୁଆରୀ ରାତି ୮ଟାରେ ଏହାକୁ ଶେୟାର କରାଯାଇଥିଲା। ପରେ ଏହା ଭାଇରାଲ ହୋଇଥିଲା। ଏପର୍ଯ୍ୟନ୍ତ ୯୦ ଲକ୍ଷରୁ ଅଧିକ ଲୋକେ ଏହାକୁ ଦେଖିସାରିଲେଣି।
ଏହି ପୋଷ୍ଟକୁ ଦେଖିବା ପରେ ଅନେକ ମତ ଦେଇଛନ୍ତି। କେହି କେହି ଲେଖିଛନ୍ତି, କଠିନ ପରିସ୍ଥିତିରେ ଏସବୁ ସାମ୍ନା କରିବା ସହ ଏହା ଗଭୀର ଭଲପାଇବାର ବାର୍ତ୍ତା ଦେଉଛି। କେହି ଲେଖିଛନ୍ତି ଏହା ହୃଦୟବିଦାରକ, ପ୍ରେରଣାଦାୟକ।
ଏହି ପୋଷ୍ଟଟି ଏବେ ଭାଇରାଲ ହେଉଛି। ମାତ୍ର ଏହି ଘଟଣା ୨୨ ଡିସେମ୍ବର ୨୦୧୭। ମହିଳାଙ୍କ ନାମ ହୀଦର ମୋଶର। ହୀଦର ହସ୍ପିଟାଲରେ ଅକ୍ସିଜେନ ମାସ୍କ ପିନ୍ଧି, ବିବାହ ପୋଷାକ ପିନ୍ଧି ହସ୍ପିଟାଲ ଶଯ୍ୟାରେ ହିଁ ବିବାହ କରିଥିଲେ। ମାତ୍ର ୧୮ ଘଣ୍ଟା ପରେ ପରଦିନ ୩୧ ବର୍ଷୀୟ ହୀଦରଙ୍କ ମୃତ୍ୟୁ ହୋଇଥିଲା।

 

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories