www.samajalive.in
Sunday, December 14, 2025
26.1 C
Bhubaneswar

ଜେକେ ଲକ୍ଷ୍ମୀ ସିମେଣ୍ଟ ଓ ଗୋପବନ୍ଧୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର

ଗୁରୁଡିଝାଟିଆ : ଘଣ୍ଟିଖାଲ ପଞ୍ଚାୟତ ଦ୍ୱାରାବତୀପୁର ଗାଁରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଛି । ଜେ କେ ଲକ୍ଷ୍ମୀ ସିମେଣ୍ଟ  କାରଖାନା ଓ ଗୋପବନ୍ଧୁ ଚିକିତ୍ସାଳୟର ସହଯୋଗରେ ଅନୁଷ୍ଠିତ ସ୍ୱାସ୍ଥ୍ୟସେବା ଶିବିରରେ ୮୫ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଚିକିତ୍ସା କରାଯିବା ସହିତ ମାଗଣା ଔଷଧ ପ୍ରଦାନ କରାଯାଇଥିଲା । ଡାକ୍ତର ବିକ୍ରମ ଷଡଙ୍ଗୀ ଓ ଚିକିତ୍ସାଳୟର ସ୍ୱାସ୍ଥ୍ୟ କର୍ମଚାରୀ ଓ ସେବିକାମାନେ ରୋଗୀମାନଙ୍କ ସ୍ୱାସ୍ଥ୍ୟସେବା କରିଥିଲେ । କାରଖାନାର ପାରିପାର୍ଶ୍ବିକ ଉନ୍ନୟନ ଅଧିକାରୀ ଶିଶିର କୁମାର ରାଉତ, ଗୋପବନ୍ଧୁ ଚିକିତ୍ସାଳୟର ପ୍ରକଳ୍ପ ପ୍ରବନ୍ଧକ ଭବାନୀ ପ୍ରସାଦ ମିଶ୍ର, ଉପପ୍ରବନ୍ଧକ ଡଃ ନିତ୍ୟ ସୁନ୍ଦର ସିଏ ଉପସ୍ଥିତ ରହି ଶିବିରକୁ ଉଦଘାଟନ କରିଥିଲେ । ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସୁବାସ ବିଶ୍ୱାଳ, ସନ୍ତୋଷ କୁମାର ବେହେରା, ବଳରାମ ବେହେରା, ଦାମୋଦର ବେହେରା ଓ ମନୋଜ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories