www.samajalive.in
Wednesday, December 10, 2025
15.1 C
Bhubaneswar

ଏ ବର୍ଷ ୨୨୫ ଆତଙ୍କବାଦୀ ମଲେଣି : ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହ

ଚଣ୍ଡିଗଡ : ଜାମ୍ମୁ-କାଶ୍ମୀରରେ ଚଳିତବର୍ଷ ସୁରକ୍ଷାକର୍ମୀଙ୍କ ଗୁଳିଲେ ୨୨୫ ଜଣ ଆତଙ୍କବାଦୀ ପ୍ରାଣ ହରାଇଲେଣି ବୋଲି ନଦର୍ଣ୍ଣ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହ କହିଛନ୍ତି। ଶନିବାର ଶ୍ରୀ ସିଂହ ପଞ୍ଜାବର କପୁରଥାଲାସ୍ଥିତ ସୈନିକ ସ୍କୁଲକୁ ପରିଦର୍ଶନ କରିବା ଅବସରରେ ଏହି ସୂଚନା ଦେଇଛନ୍ତି। କପୁରଥାଲା ସୈନିକ ସ୍କୁଲର ପୂର୍ବତନ ଛାତ୍ର ଲେଫ୍ଟନାଣ୍ଟ ଜେନେରାଲ ସିଂହ କହିଛନ୍ତି ଯେ ସରକାର ଓ ସୁରକ୍ଷା ବାହିନୀ ନେଇଥିବା କାର୍ଯ୍ୟାନୁଷ୍ଠାନ ଦ୍ବାରା ଜାମ୍ମୁ-କାଶ୍ମୀରର ଯୁବକମାନେ କିଛି ମାସ ହେବ ଆତଙ୍କବାଦୀ ସଂଗଠନରେ ସାମିଲ ହେବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ମୌଳବାଦୀ ସଂଗଠନଗୁଡିକ କାଶ୍ମୀର ଯୁବକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଆତଙ୍କବାଦୀ ସଂଗଠନ ପ୍ରତି ଆକୃଷ୍ଟ କରୁଛନ୍ତି; ମାତ୍ର ଯୁବକମାନେ ଏଥିପ୍ରତି ଆଉ ଆକୃଷ୍ଟ ହେଉ ନଥିବା ଦେଖାଯାଇଛି। ଚଳିବର୍ଷ ବହୁ ସଂଖ୍ୟାରେ ଆତଙ୍କବାଦୀଙ୍କୁ ନିପାତ କରାଗଲାଣି। ଏହି ସଂଖ୍ୟା ଏବେ ୨୨୫ରେ ପହଞ୍ଚିଛି।
ଲେଫ୍ଟନାଣ୍ଟ ସିଂହ କହିଛନ୍ତି ଯେ ଆତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ସ୍ଥାନୀୟ ଲୋକମାନେ ଏବେ ସୁରକ୍ଷାକର୍ମୀଙ୍କୁ ସୂଚନା ଦେଉଛନ୍ତି। ଏହା ଏକ ସକାରାତ୍ମକ ସଙ୍କେତ। ଜାମ୍ମୁ-କାଶ୍ମୀରକୁ ଅଧିକରୁ ଅଧିକ ଆତଙ୍କବାଦୀ ପଠାଇବା ନେଇ ପାକିସ୍ତାନର ଯୋଜନା ବିଫଳ ହେବା ପରେ ଏହା ନିରାଶ ହୋଇପଡିଲାଣି। ଜାମ୍ମୁ-କାଶ୍ମୀରରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ସରକାର ଓ ସୁରକ୍ଷାକର୍ମୀମାନେ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି। ଆତଙ୍କବାଦୀ ସଂଗଠନରେ ସ୍ଥାନୀୟ ଯୁବକଙ୍କ ଯୋଗଦାନ ହ୍ରାସ ପାଉଛି। ପାକିସ୍ତାନ ସମ୍ପର୍କରେ ମତ ଦେଇ ସିଂହ କହିଛନ୍ତି ଯେ ଏହି ପଡୋଶୀ ଦେଶ କାଶ୍ମୀର ସମେତ ଭାରତରେ ଆତଙ୍କବାଦ ବିସ୍ତାର କରିବାକୁ ଉଦ୍ୟମ ଚଳାଇଛି। ତେବେ ପାକିସ୍ତାନର ଏହି ଯୋଜନାକୁ ପଣ୍ଡ କରିବା ଲାଗି ସେନା ସମସ୍ତ ପଦକ୍ଷେପ ନେଉଛି। କରତାରପୁର କରିଡର ଖୋଲିବା ନେଇ ଦୁଇଦେଶ ନେଇଥିବା ପଦକ୍ଷେପକୁ ସିଂହ ପ୍ରଶଂସା କରିଛନ୍ତି। ଦୁଇ ଦେଶର ନାଗରିକଙ୍କ ମଧ୍ୟରେ ଯୋଗାଯୋଗ ବୃଦ୍ଧି ଦ୍ବାରା ଶାନ୍ତି ପ୍ରତିଷ୍ଠା ପାଇଁ ବାଟ ଖୋଲିପାରିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories