www.samajalive.in
Sunday, December 7, 2025
26.1 C
Bhubaneswar

ଫେବ୍ରୁଆରୀରେ ବଦଳିବ ଏମାନଙ୍କ ଭାଗ୍ୟ; ଅଛି କି ଆପଣଙ୍କ ରାଶି?

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଫେବ୍ରୁଆରୀରେ ବୁଧ ଓ ଶୁକ୍ର ଏକାଠି ହୋଇ ରାଶି ପାଇଁ ଶୁଭଫଳ ପ୍ରଦାନ କରିବେ। ମକର ରାଶିରେ ଲକ୍ଷ୍ମୀ ନାରାୟଣ ଯୋଗ ରହିଛି। ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିବ। ମାତ୍ର ୩ଟି ରାଶିରେ ବ୍ୟକ୍ତିବିଶେଷଙ୍କ ହଠାତ୍‌‌ ଧନଲାଭ ଓ ଉନ୍ନତି ହେବାକୁ ଯାଉଛି। ଜାଣନ୍ତୁ..
ମେଷ ରାଶି – ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଲକ୍ଷ୍ମୀନାରାୟଣ ରାଜଯୋଗ ଲାଭକାରୀ ହେବ। ଏହି ରାଜଯୋଗ ଆପଣଙ୍କ ରାଶିରେ କର୍ମ ସ୍ଥାନରେ ହେବାକୁ ଯାଉଛି। ତେଣୁ ଏହି ସମୟରେ ଆୟର ନୂଆ ରାସ୍ତା ମଧ୍ୟ ଆପଣଙ୍କୁ ପ୍ରାପ୍ତି ହେବ। ଟଙ୍କା ବିନିଯୋଗ କରି ମଧ୍ୟ ଲାଭବାନ୍‌‌ ହେବେ। ଏହାସହ ଆପଣଙ୍କ କାମ-ବ୍ୟବସାୟରେ ଉନ୍ନତି ମିଳିବ। ଯେଉଁମାନଙ୍କ ଟଙ୍କା ରୋଜଗାରରେ ସମସ୍ୟା ରହିଛି, ସେମାନଙ୍କୁ ଚାକିରି ପ୍ରାପ୍ତି ହେବ। ପିତାଙ୍କ ତରଫରୁ ମଧ୍ୟ ଉତ୍ତମ ସହଯୋଗ ମିଳିବ।
ମିଥୁନ ରାଶି – ଲକ୍ଷ୍ମୀ ନାରାୟଣ ରାଜଯୋଗ ଆପଣଙ୍କ ପାଇଁ ଶୁଭଙ୍କର। ଏହା ଆପଣଙ୍କ ରାଶିରେ ଅଷ୍ଟମ ସ୍ଥାନରେ ରହିବ। ଏହାମଧ୍ୟରେ ଆପଣଙ୍କୁ ଅଟକି ଥିବା ଧନ ପ୍ରାପ୍ତି ହେବ। ଆର୍ଥିକ କ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇ ଲାଭବାନ୍‌‌ ହେବେ। ଯେଉଁମାନେ ଗବେଷଣା କରୁଛନ୍ତି, ସେମାନଙ୍କୁ ମଧ୍ୟ ଲାଭ ମିଳିବ। ଇଚ୍ଛା ପୂରଣ ହେବ। ନୂତନ କାର୍ଯ୍ୟ ଆରମ୍ଭ କରିବେ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିବା ସହ ପଦନ୍ନୋତି ହେବାର ଯୋଗ ରହିଛି।
କର୍କଟ – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଲକ୍ଷ୍ମୀନାରାୟଣ ରାଜଯୋଗ ଲାଭଦାୟକ। ଏହା ଆପଣଙ୍କ ରାଶିରେ ସପ୍ତମ ସ୍ଥାନରେ ରହିବ। ଏହି ସମୟ ବୈବାହିକ ଜୀବନ ପାଇଁ ଶୁଭଫଳ ପ୍ରଦାନ କରିବ। ସୁଖମୟ ହେବ। ବ୍ୟବସାୟରେ ଲାଭ ମିଳିବ। ଅବିବାହିତଙ୍କ ବିବାହ ଯୋଗ ରହିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories