www.samajalive.in
Wednesday, December 10, 2025
16.1 C
Bhubaneswar

ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ମହାନିର୍ଦ୍ଦେଶକଙ୍କୁ ସମ୍ବର୍ଦ୍ଧନା

ଡେସ୍କ: ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟର ମହାନିର୍ଦ୍ଦେଶକ ଓ ଏନଆଇଟି ରାଉରକେଲାର ପୁରାତନ ଛାତ୍ର ଇଂ ଧର୍ମାନନ୍ଦ ଷଡଙ୍ଗୀଙ୍କୁ ଏନଆଇଟି ରାଉରକେଲାର ପୁରାତନ ଛାତ୍ର ସଙ୍ଘ ଓ ଭୁବନେଶ୍ୱର ସଂକୁଳ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏନଆଇଟି ରାଉରକେଲାର ଅଧ୍ୟକ୍ଷ ଇଂ ଅଶୋକ ବାସାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଇଂ ସଞ୍ଜୟ ମହାନ୍ତି ଓ ଇଂ ସୁବ୍ରତ ଆଚାର୍ଯ୍ୟ ଯୋଗ ଦେଇଥିଲେ। ସେ ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ମହାନିର୍ଦ୍ଦେଶକ ଭାବେ ଯୋଗ ଦେଇଥିବାରୁ ଇଂ ଅଶୋକ ବାସା ଓ ଇଂ ସଞ୍ଜୟ ମହାନ୍ତି ଆଲୁମିନି ସଙ୍ଘ ପକ୍ଷରୁ ଶୁଭେଚ୍ଛା ଜଣାଇଥିଲେ।

ଏହି ଉତ୍ସବର ମୁଖ୍ୟ ଉଦ୍ୟୋକ୍ତା ପ୍ରଫେସର ପ୍ରଭାତ କୁମାର ପାଢ଼ୀ ଇଂ ଷଡଙ୍ଗୀଙ୍କର ଗତ ୩୦ ବର୍ଷ ମଧ୍ୟରେ ରାଜ୍ୟ ଓ ଦେଶ ପାଇଁ ଜାତୀୟ ରାଜପଥ ବିକାଶରେ ଅବଦାନ ଓ ଅଧ୍ୟୟନ ସମୟର ସ୍ମୃତି ଚରଣ କରିଥିଲେ। ଇଂ ଅଶୋକ ବାସା ମଧ୍ୟ ଇଂ ଷଡଙ୍ଗୀଙ୍କ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ।

- Advertisement -

ଏହି ଉତ୍ସବରେ ସୁବ୍ରତ ବେହେରା, ଶ୍ୟାମକାନ୍ତ ପଣ୍ଡା, ବିକାଶ ବେହେରା, ପ୍ରଫେସର ଆର ଏନ ପଟ୍ଟନାୟକ, ପାର୍ଥ ସାରଥୀ ସାହୁ, ପ୍ରଗତି ସ୍ୱାଇଁ ଆଦି ୫୦ରୁ ଉର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସଂଗଠନର ଉପସଭାପତି ସୁବ୍ରତ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନ ତରଫରୁ ଇଂ ବାସା ଓ ଇଂ ମହାନ୍ତି, ଇଂ ଷଡଙ୍ଗୀଙ୍କୁ ମେମେଣ୍ଟୋ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories