www.samajalive.in
Wednesday, December 10, 2025
16.1 C
Bhubaneswar

କଂସ ନିଧନ ସହ ଉଦଯାପିତ ହେଲା ଗୋଛାଗୋରା ର କଂସ ଦରବାର

ଘଣ୍ଟାପଡ଼ା : କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ଗୋଛାଗୋରା ଭୀମବୁଢା ଯାତ୍ରା ପଡିଆରେ ଆୟୋଜିତ ହୋଇଥିବା କଂସ ଦରବାର ଉଦଯାପିତ ହୋଇଯାଇଛି। ପୁଷପୁନି ତିହାର ଅବସରରେ ଭୀମବୁଢ଼ା କୃଷି ମହୋତ୍ସବ କମିଟି ପକ୍ଷରୁ ମା’ ଭୈରବୀ କଳା ପରିଷଦ ପଳଶାଗୋରା ର କଳାକାର ମାନଙ୍କ ଦ୍ୱାରା ମଞ୍ଚ ନାଟକ କଂସ ଦରବାର ଚାରିଦିନ ଧରି ଅନୁଷ୍ଠିତ ହୋଇଥିଲା।  ଉଦଯାପନି ସନ୍ଧ୍ୟାର କାର୍ଯ୍ୟକ୍ରମରେ ରାଜଅତିଥି ଭାବେ ଶିକ୍ଷାବିତ ନୀଳାଚଳ ଭୋଇ, ଖୁଣ୍ଟିଗୋରା ସରପଞ୍ଚ ପ୍ରତିନିଧି ଧିରୋଜ ଭୋଇ, ଆଦିବାସୀ ନେତା ପିତାମ୍ବର ଭୋଇ, କମିଟି ସଭାପତି ନିର୍ମଳ କୁମାର ସାହୁ ପ୍ରମୁଖ ଅତିଥି ଭାବେ ମଞ୍ଚାସିନ ଥିଲେ। ସୁଶାନ୍ତ ବାରିକ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଦେଇଥିଲେ ।
ସାଂସ୍କୃତିକ ମଞ୍ଚରେ ଗୋପପୁରରେ ଅକୃରଙ୍କୁ ସ୍ବାଗତ, ଶ୍ରୀକୃଷ୍ଣ ବଳରାମଙ୍କ ମଥୁରା ଆଗମନ, ଗୋପାଙ୍ଗନା ମାନଙ୍କ ଅଶୃଳ ବିଦାୟ ଦୃଶ୍ୟ ସହିତ ମଥୁରା ନଗରୀରେ ଅଷ୍ଠମଲ୍ଲ ନିଧନ, ମଞ୍ଚରୁ ପଡି ଦୈତ୍ୟରାଜ କଂସଙ୍କ ମୃତ୍ୟୁ ଦୃଶ୍ୟ ପରିବେଷଣ ହୋଇଥିଲା । କଂସ ଭୂମିକାରେ ଅଭିନୟ କରିଥିବା ବିଶିଷ୍ଟ କଳାକାର ମନୋଜ ମହାନ୍ତି ଏବଂ ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ମହୋତ୍ସବ କମିଟି ସମ୍ପାଦକ ଶଙ୍କର୍ଷଣ ଭୋଇ, ସହସମ୍ପାଦକ ଦେବେନ୍ଦ୍ର କୁଦେଇ, ଉପସଭାପତି ସୁଧାଂଶୁ ଭୋଇ ଏବଂ ଅଞ୍ଚଳବାସୀ ସହଯୋଗ କରିଥିଲେ।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories