www.samajalive.in
Saturday, December 13, 2025
26.1 C
Bhubaneswar

ଫୁଲବାଣୀ ସ୍ୱଚ୍ଛାସେବୀ ମହାସଂଘର ବାର୍ଷିକ ଯୋଜନା ଓ ସମନ୍ୱୟ ବୈଠକ

ଫୁଲବାଣୀ: ଫୁଲବାଣୀ ସ୍ୱଚ୍ଛାସେବୀ ମହାସଂଘର ସମସ୍ତ ସଭ୍ୟ ଅନୁଷ୍ଠାନର ସାଧାରଣ ବୈଠକ ଓ ନୂତନ ବର୍ଷର ବନ୍ଧୁମିଳନ ଦାରିଙ୍ଗିବାଡି ବ୍ଳକ ଅନ୍ତର୍ଗତ ଜାଗୃତି ଠାରେ ଅନୁଷ୍ଠିତ ହୋଇଯାଇଛିା ପି.ଏ.ଜି. ର ଅଧକ୍ଷ ରାମ ଚନ୍ଦ୍ର ଦାସ ପୌରହିତ କରିଥିବା ବେଳେ ସମୁଦାୟ ୧୮ ଟି ସ୍ୱଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପି.ଏ.ଜି ର ବିଭିନ୍ନ କାର୍ଯ୍ୟପ୍ରଣାଳି ଓ ବାର୍ଷିକ କାର୍ଯ୍ୟଖସଡା ବିଷୟରେ ଆଲୋଚନା କରିଥିଲେ। ସଭାର ପ୍ରାରମ୍ଭରେ କୈଳାସ ଦଣ୍ଡପାଟ ସ୍ୱାଗତ କରିଥିଲେ ଓ ବନବାସି ସେବା ସମିତିର ସଂପାଦକ ଅସୁସ୍ଥ ଥିବା ସ୍ୱତେ ସଭାରେ ଯୋଗଦେଇ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ। ଏହି ଅବସରରେ ସ୍ୱର୍ଗବ୍ୟାପି ସାମାଜିକ କର୍ମୀ ସୌଦାମିନି ରଥ, ରାଜୁ ଭାଇ ଓ କୈଳାସ ଭାଇଙ୍କ ସ୍ମୁତି ରେ ଶୋକ ପ୍ରାର୍ଥନା କରାଯାଇଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ଅନୁଷ୍ଠାନର ମୁଖ୍ୟମାନେ ସାମ୍ପ୍ରତିକ ପରିସ୍ଥିତି ରେ ସ୍ୱଚ୍ଛାସେବୀ ଅନୁଷ୍ଠାନ ମାନଙ୍କର କାର୍ଯ୍ୟଧାରା ଓ ସରକାରଙ୍କ ନୀତିକୁ ଦୃଷ୍ଟିରେ ରଖି ବିଭିନ୍ନ ଆଲୋଚନା କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories