www.samajalive.in
Sunday, December 14, 2025
26.1 C
Bhubaneswar

ମେ’ ୬ରୁ ଓଜେଇଇ, ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ପଞ୍ଜୀକରଣ

ଭୁବନେଶ୍ବର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ମେ’ ୬ରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପଞ୍ଜୀକରଣ ଜାନୁଆରୀ ୨୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୫ରେ ଶେଷ ହେବ। ଏ ସଂକ୍ରାନ୍ତରେ ଓଜେଇଇ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ରାଜ୍ୟର ସରକାରୀ ଏବଂ ଘରୋଇ ବୈଷୟିକ ମହାବିଦ୍ୟାଳୟ ଗୁଡିକରେ ଉପଲବ୍ଧ ବି.ଫାର୍ମା, ଏମସିଏ, ଏମ.ଏସସି (କମ୍ପ୍ୟୁଟର ବିଜ୍ଞାନ), ଏମବିଏ, ଇଣ୍ଟ୍ରିଗ୍ରେଟେଡ ଏମବିଏ, ବି.କ୍ୟାଟ, ଏମ.ଟେକ, ଏମ.ଟେକ(ପାର୍ଟ ଟାଇମ), ଏମ.ଆର୍କ, ଏମ.ପ୍ଲାନ, ଏମ.ଫାର୍ମା, ଲାଟେରାଲ ଏଣ୍ଟ୍ରି ବି.ଟେକ ଏବଂ ବି.ଫାର୍ମା ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ନାମଲେଖାଇବା ପାଇଁ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହୋଇଥାଏ। ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ପଞ୍ଜୀକରଣ ସମୟ ସୀମା ଜାନୁଆରୀ ୨୫ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ରହିଛି। ବିଦ୍ୟାର୍ଥୀ ଓଜେଇଇ ୱେବସାଇଟ୍‌(www.ojee.nic.in)କୁ ଲଗଇନ କରି ପଞ୍ଜୀକରଣ କରିପାରିବେ। ଆବେଦନ ସମୟରେ ଫର୍ମରେ କୌଣସି ତ୍ରୁଟି ରହିଥିଲେ ଏହାକୁ ସଂଶୋଧନ କରିବା ପାଇଁ ଆବେଦନକାରୀଙ୍କୁ ଦୁଇଦିନ ସମୟ ଦିଆଯାଇଛି। ମାର୍ଚ୍ଚ ୧୬ ଏବଂ ୧୭ ତାରିଖରେ ଛାତ୍ରଛାତ୍ରୀ ସେମାନଙ୍କ ତ୍ରୁଟି ସଂଶୋଧନ କରିପାରିବେ। ପ୍ରବେଶିକା ପରୀକ୍ଷା ପାଇଁ ଏପ୍ରିଲ ୩୦ରୁ ଆବେଦନକାରୀ ଅନ୍‌ଲାଇନରେ ନିଜ ନିଜର ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ କରିବାକୁ ଥିବାବେଳେ ପରୀକ୍ଷା କମ୍ପ୍ୟୁଟର ବେସ ଟେଷ୍ଟ(ସିବିଟି)ରେ କରାଯିବ।

ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟର ପ୍ରତି ଜିଲାରେ ପରୀକ୍ଷା କେନ୍ଦ୍ର କରାଯିବ। ସେହିପରି ପଡୋଶୀ ରାଜ୍ୟ ଝାଡଖଣ୍ଡର ରାଞ୍ଚି, ପଶ୍ଚିମବଙ୍ଗର କଲକାତା ଏବଂ ବିହାରର ପାଟଣାରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର କରାଯିବା ସମ୍ଭାବନା ରହିଛି। ପ୍ରଥମ ଓଜେଇଇ ସରିବା ପରେ ଦ୍ବିତୀୟ ଓଜେଇଇ ଜୁନ୍ ଶେଷ ସପ୍ତାହ ବେଳକୁ କରିବା ପାଇଁ ଓଜେଇଇ ଯୋଜନା ପ୍ରସ୍ତୁତ କରୁଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories