www.samajalive.in
Saturday, December 13, 2025
26.1 C
Bhubaneswar

ନୂଆଦିଲ୍ଳୀ ପ୍ୟାରେଡରେ ଆଠଗଡ଼଼ ଝିଅ କ୍ୟାପଟେନ୍‌‌ ସୁଦୀପ୍ତା

ଆଠଗଡ଼଼: ନୂଆଦିଲ୍ଲୀଠାରେ ଆଗାମୀ ଗଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରତିରକ୍ଷା ସ୍ୱାସ୍ଥ୍ୟସେବା ବାହିନୀ ପକ୍ଷରୁ ହେବାକୁ ଥିବା ପ୍ୟାରେଡରେ ଆଠଗଡ଼଼ ମାଟିର ଝିଅ କ୍ୟାପଟେନ ସୁଦୀପ୍ତା ରାଣୀ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଚଳିତବର୍ଷ ପ୍ରଥମଥର ପାଇଁ ନାରୀଶକ୍ତି ସୌର୍ଯ୍ୟ ପ୍ରଦର୍ଶନ ପାଇଁ କର୍ତ୍ତବ୍ୟପଥରେ ହେବାକୁ ଥିବା ପ୍ୟାରେଡ ଉତ୍ସବରେ ସ୍ୱାସ୍ଥ୍ୟସେବା ବାହିନୀର ମହିଳା କଣ୍ଟିଜେଣ୍ଟ ଅଂଶଗ୍ରହଣ କରୁଛନ୍ତି। ଏଥିପାଇଁ ଗତ ପ୍ରାୟ ୩ ମାସ ଧରି ଦିଲ୍ଲୀଠାରେ ସେମାନେ ଅଭ୍ୟାସରତ ରହିଥିବା ଜଣାପଡ଼ିଛି। ଆଠଗଡ଼଼ ବ୍ଲକ ଅନ୍ତର୍ଗତ ଗୋବରା ଗ୍ରାମର ଅବସରପ୍ରାପ୍ତ ସାମରିକ ବାହିନୀ କର୍ମଚାରୀ ଦୁଷ୍ମନ୍ତ କୁମାର ସାହୁଙ୍କ ଝିଅ କ୍ୟାପଟେନ୍‌‌ ସୁଦୀପ୍ତା ଉକ୍ତ ପ୍ୟାରେଡ ଦଳରେ ଭାଗ ନେଉଥିବା ୧୪୪ଜଣଙ୍କ ମଧ୍ୟରେ ଏକମାତ୍ର ଓଡିଆ ଝିଅ ବୋଲି ଜଣାପଡ଼ିଛି। ୨୦୧୪ମସିହାରେ ପ୍ରତିରକ୍ଷା ନର୍ସିଂ ସେବାରେ ଯୋଗଦାନ କରି ନର୍ସିଂ ଅଧିକାରୀ ଭାବେ ସେ କାର୍ଯ୍ୟ କରିଥିଲେ। ପରେ କ୍ୟାପଟେନ ଭାବେ ପଦୋନ୍ନତି ପାଇ ଅଧୁନା ମୁମ୍ବାଇର ଆଇଏନଏଚଏସ ଅଶ୍ୱିନୀରେ କାର୍ଯ୍ୟରତ ଅଛନ୍ତି। ତାଙ୍କର ଏହି ପ୍ୟାରେଡ ଉତ୍ସବରେ ଅଂଶଗ୍ରହଣ କରୁଥିବା ଖବର ଜଣାପଡ଼ିବା ପରେ ଗୋବରା, ଆଠଗଡ଼଼ ଓ ଚୌଦ୍ୱାର ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇବା ସହ ଓଡ଼ିଶା ପାଇଁ ସେ ଗୌରବ ଆଣିଛନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories