www.samajalive.in
Monday, December 8, 2025
24.1 C
Bhubaneswar

ପ୍ରଥମଥର ପାଇଁ ବିଶ୍ୱର ଅର୍ଦ୍ଧାଧିକ ଲୋକ ଅନ୍‍ଲାଇନ୍‍ ସହିତ ଯୋଡ଼ି ହୋଇଛନ୍ତି : ଜାତିସଂଘ

ନ୍ୟୁୟର୍କ : ପ୍ରଥମଥର ପାଇଁ ବିଶ୍ୱର ଅର୍ଦ୍ଧାଧିକ ଲୋକ ଅନ୍‍ଲାଇନ୍‍ ସହିତ ଯୋଡ଼ି ହୋଇଛନ୍ତି। ମିଳିତ ଜାତିସଂଘ ପକ୍ଷରୁ କୁହାଯାଇଛି ଯେ, ବିଶ୍ୱର ପ୍ରାୟ ୩.୯ ବିଲିୟନ୍‍ ଲୋକ ବର୍ତ୍ତମାନ ଇଣ୍ଟରନେଟ୍‍ ବ୍ୟବହାର କରୁଛନ୍ତି। ମିଳିତ ଜାତିସଂଘର ସୂଚନା ପ୍ରଯୁକ୍ତି ବିଦ୍ୟା ଶାଖା ଆଇଟିୟୁ କହିଛି ଚଳିତବର୍ଷ ଶେଷ ସୁଦ୍ଧା ବିଶ୍ୱର ୫୧.୨ ପ୍ରତିଶତ ଲୋକ ଇଣ୍ଟରନେଟ୍‍ ବ୍ୟବହାର କରୁଥିବେ। ଆଇଟିୟୁର ମୁଖ୍ୟ ହେଉଲିନ୍‍ ଝୋ ଏକ ବିବୃତ୍ତିରେ କହିଛନ୍ତି ଯେ, ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିଶ୍ୱ ସୂଚନା ଜଗତ ସହିତ ଅଧିକରୁ ଅଧିକ ଲୋକ ଯୋଡ଼ି ହୋଇଛନ୍ତି।

ଡିଜିଟାଲ୍‍ ବିପ୍ଳବ ଏବଂ ବ୍ୟବସାୟ କ୍ଷେତ୍ରରେ ବୈଷୟିକ ଓ ନବସୃଜନ ମାଧ୍ୟମରେ ଲୋକେ ଅନ୍‍ଲାଇନରେ ଯୋଡ଼ିହେବା ନିମନ୍ତେ ଅଧିକ ସହାୟତା କରିବା ନେଇ ସେ ଆହ୍ୱାନ ଦେଉଛନ୍ତି। କେହି ଯେପରି ଅଫ୍‍ ଲାଇନରେ ରହି ନ ଯାଆନ୍ତି ସେଥିପ୍ରତି ଧ୍ୟାନ ଦେବାକୁ କହିଛନ୍ତି।  ତେବେ ବିଶ୍ୱର ଧନୀ ରାଷ୍ଟ୍ରଗୁଡ଼ିକ ୨୦୦୫ରୁ ୨୦୧୮ ମଧ୍ୟରେ ଇଣ୍ଟରନେଟ୍‍ ବ୍ୟବହାର କ୍ଷେତ୍ରରେ ଧୀର ଓ ମନ୍ଥର ଗତିରେ ଅଭିବୃଦ୍ଧି କରିଥିବା ସେ କହିଛନ୍ତି। ବିକାଶଶୀଳ ଦେଶମାନଙ୍କରେ ଏହି ଗତି ଯଥେଷ୍ଟ ବୃଦ୍ଧି ପାଇଛି। ବିଶେଷକରି ଏହି ସମୟ ମଧ୍ୟରେ ଆଫ୍ରିକାରେ ଇଣ୍ଟରନେଟ୍‍ ବ୍ୟବହାରକାରୀଙ୍କ ସଂଖ୍ୟା ବହୁତ ବୃଦ୍ଧି ପାଇଛି। ଏହି ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ ସାରା ବିଶ୍ୱର ମୋଟ୍‍ ଜନସଂଖ୍ୟା ଅପେକ୍ଷା ମୋବାଇଲ୍‍ ଟେଲିଫୋନ୍‍ ବ୍ୟବହାର ସଂଖ୍ୟା ଅଧିକ।

- Advertisement -

ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ, ସମଗ୍ର ବିଶ୍ବର ୯୬ ପ୍ରତିଶତ ଲୋକ ମୋବାଇଲ ନେଟୱାର୍କ ମଧ୍ୟରେ ବସବାସ କରୁଛନ୍ତି। ୯୦ ପ୍ରତିଶତ ଲୋକ ୩-ଜି କିମ୍ବା ତାଠାରୁ ଅଧିକ ହାଇସ୍ପିଡ ଡାଟା ବ୍ରବହାର କରୁଥିବା ରିପୋର୍ଟରେ କୁହାଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories