www.samajalive.in
Monday, December 15, 2025
26.1 C
Bhubaneswar

ସୁନା ଦୋକାନରେ ଚଢଉ

ଫୁଲବାଣୀ: ଫୁଲବାଣୀ ସହରର ‘ଦିନେଶ ଜୁଏଲରୀ’ରେ ଜିଏସଟି ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି । ରାୟଗଡ଼ା-ଫୁଲବାଣୀ ଡିଭିଜନ ସହକାରୀ କମିଶନର ଟିମ୍ ସହ ଆସି  ଏହି ଚଢ଼ାଉ କରିଥିଲେ । ପ୍ରାୟ ଦୁଇ ଘଣ୍ଟା ଧରି ଚଢ଼ାଉ କରି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା ଟିମ । କେତେ ସୁନା ଓ ରୁପା ଦୋକାନରେ ଥିଲା ତାହାର ହିସାବ କରିବ ଏହି ଟିମ ।  ଚଢ଼ାଉ ଦେଖି ଅନ୍ୟ ସୁନା ଦୋକାନ ଗୁଡ଼ିକ ବନ୍ଦ ହୋଇଯାଇଥିଲା ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଅନ୍ୟମାନେ ମଧ୍ୟ ବିନା ଟ୍ୟାକ୍ସରେ ବେଆଇନ ସୁନା କାରବାର ହେଉଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।  ଅନ୍ୟପଟେ ବେଆଇନ ସାମଗ୍ରୀ ବୋଝେଇ ଏକ ପିକଅପ ଭ୍ୟାନକୁ ଜବତ କରିବା ସହ  ଟ୍ୟାକ୍ସ ଫାଙ୍କୁଥିବା ଅଭିଯୋଗରେ ୮୨ହଜାର ଟଙ୍କା ଫାଇନ କରିଥିଲା ଟିମ ।

 

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories