www.samajalive.in
Tuesday, December 9, 2025
17.1 C
Bhubaneswar

ଗାୟତ୍ରୀ ମନ୍ତ୍ରର ଅର୍ଥ ଓ ସୁଫଳ

ଗାୟତ୍ରୀ ମନ୍ତ୍ର (ବେଦ ଗ୍ରନ୍ଥଙ୍କର ମାତା)ଙ୍କୁ ହିନ୍ଦୁ ଧର୍ମରେ ସବୁଠାରୁ ଉତ୍ତମ ମନ୍ତ୍ର ବୋଲି କୁହାଯାଏ। ଚାରୋଟି ବେଦ ମିଶି ଗାୟତ୍ରୀ ମନ୍ତ୍ରର ସୃଷ୍ଟି ହୋଇଛି। ଏହି ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ବ୍ୟକ୍ତି ଜୀବନରେ ସୁଖର ସଞ୍ଚାର ହୋଇଥାଏ। ଏହି ମନ୍ତ୍ର ଜପ କରିବା ଦ୍ୱାରା ଶରୀର ନିରୋଗ ରହିଥାଏ। ବ୍ୟକ୍ତିକୁ ଯଶ, ପ୍ରସିଦ୍ଧି ଏବଂ ଧନର ପ୍ରାପ୍ତି ମଧ୍ୟ ହୋଇଥାଏ। ଜାଣନ୍ତୁ କେଉଁ କାରଣରୁ ଏହା ଉଚ୍ଚାରଣ କରିବା ଶୁଭ ହୋଇଥାଏ।
ଗାୟତ୍ରୀ ମନ୍ତ୍ର :
ଓଁ ଭୂର୍ଭୁବଃ ସ୍ୱଃ
ତସ୍ତବିତୁର୍ବରେଣ୍ୟଂ
ଭର୍ଗୋ ଦେବସ୍ୟଃ ଧୀମହି
ଧୀୟୋ ୟୋ ନଃ ପ୍ରଚୋଦୟାତ
ଗାୟତ୍ରୀ ମନ୍ତ୍ରର ଅର୍ଥ

ଭଗବାନ ସୂର୍ଯ୍ୟଙ୍କର ସ୍ତୁତିରେ ଗାୟନ କରାଯାଉଥିବା ଏହି ମନ୍ତ୍ରର ଅର୍ଥ ହେଉଛି ପ୍ରାଣସ୍ୱରୂପ, ଦୁଃଖନାଶକ, ସୁଖସ୍ୱରୂପ, ଶ୍ରେଷ୍ଠ ତେଜସ୍ୱୀ, ପାପନାଶକ,ଦେବସ୍ୱରୂପ ପରମାତ୍ମାଙ୍କୁ ଆମେ ଅନ୍ତଃ କରଣରେ ଧାରଣ କରିବା, ସେହି ପରମାତ୍ମା ଆମର ବୁଦ୍ଧିକୁ ସତ୍ୟ ମାର୍ଗରେ ପ୍ରେରିତ କରନ୍ତୁ।

- Advertisement -

କେଉଁ ସମୟରେ ଏହି ମନ୍ତ୍ରର ଜପ କରିବା ଉଚିତ :
ଏହି ସରଳ ମନ୍ତ୍ରକୁ ଯେଉଁ ସମୟରେ ମଧ୍ୟ ଜପ କରି ହେବ। ମାତ୍ର ଶାସ୍ତ୍ର ଅନୁଯାୟୀ ଏହାକୁ ଦିନକୁ ୩ ଥର ଜପ କରିବା ଉଚିତ।
ପ୍ରାତଃ କାଳରେ ସୂର୍ଯ୍ୟୋଦୟ ପୂର୍ବରୁ ଓ ସୂର୍ଯ୍ୟୋଦୟ ପରେ ।
ଦ୍ୱିପହରେ।
ସନ୍ଧ୍ୟା ସମୟରେ ସୂର୍ଯ୍ୟାସ୍ତ ପୂର୍ବରୁ।

ଗାୟତ୍ରୀ ମନ୍ତ୍ର ଜପର ଲାଭ :
ହିନ୍ଦୁ ଧର୍ମରେ ଗାୟତ୍ରୀ ମନ୍ତ୍ରର ବିଶେଷ ମାନ୍ୟତା ରହିଛି। ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ, ଚେହେରାରେ ଚମକ ବଢିଥାଏ। ସୁଖ ପ୍ରାପ୍ତି, କ୍ରୋଧର ହ୍ରାସ, ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories