www.samajalive.in
Tuesday, December 9, 2025
16.1 C
Bhubaneswar

ଗୁରୁଦିବସରେ ସିନେମାଘରେ ନଜର ଆସିବ ଚଳଚ୍ଚିତ୍ର ‘ଗୁରୁଜୀ ନମସ୍କାର’

ଭୁବନେଶ୍ବର : ସାମ୍ନାକୁ ଆସିଲା ‘ଗୁରୁଜୀ ନମସ୍କାର’ ଚଳଚ୍ଚିତ୍ରର ଟାଇଟଲ । ଆଜି ଭୁବନେଶ୍ବରର ଏକ ହୋଟେଲରେ ଚଳଚ୍ଚିତ୍ରର ଟାଇଟଲ ରିଲିଜ୍ ହୋଇଛି । ଫିଲ୍ମର ସୁଟିଂ ଏବେ ଜାରି ରହିଥିବାବେଳେ ଗୁରୁଦିବସରେ ଏହାକୁ ମୁକ୍ତିଲାଭ କରିବା ପାଇଁ ଯୋଜନା ରଖିଛନ୍ତି ଫିଲ୍ମ ନିର୍ମାତା । ଫିଲ୍ମରେ ଜଣେ ଶିକ୍ଷକଙ୍କ କାହାଣୀ ନଜର ଆସିବ । ଶିକ୍ଷା ପାଇଁ ଏକ ଗାଁରେ ଜଣେ ଉତ୍ସର୍ଗୀକୃତ ଶିକ୍ଷକଙ୍କ ବଳିଦାନର କାହାଣୀ ଏଥିରେ ଦେଖିବାକୁ ମିଳିବ । ଚଳଚ୍ଚିତ୍ରରେ କଳାକାର ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଭୂମିକାରେ ନଜର ଆସିବେ । ଜିତେନ୍ଦ୍ରିୟ ପ୍ରଧାନ ଫିଲ୍ମର ନିର୍ଦ୍ଦେଶନା ଦେଉଥିବାବେଳେ ପ୍ରଯୋଜନା ଭାର ଉଠାଇଛନ୍ତି ସଙ୍କେତ ତ୍ରିପାଠୀ । ଫିଲ୍ମଟି ଆଗାମୀ ଗୁରୁଦିବସ ସୁଦ୍ଧା ରିଲିଜ୍ ହେବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories