www.samajalive.in
Saturday, December 13, 2025
26.1 C
Bhubaneswar

ପିଲାଙ୍କ ପରେ କୁକୁରଙ୍କୁ ବାୟା କଲା ଫୋନ୍‌, ଭିଡିଓ ଭାଇରାଲ୍‌

ଡେସ୍କ: ଆପଣ ପିଲାମାନଙ୍କୁ ମୋବାଇଲ୍ ଦେଖି ଖାଉଥିବା କିମ୍ବା ମୋବାଇଲ୍ ଦେଖି ଶୋଇଥିବାର ଦେଖିଥିବେ। କିନ୍ତୁ ଏବେ ଗୃହପାଳିତ ପଶୁମାନେ ମଧ୍ୟ ସ୍ମାର୍ଟଫୋନ୍ ମାୟାରେ ବାୟା ହେଲେଣି। ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ବେଶ୍‌ ଭାଇରାଲ ହେଉଛି। ଯେଉଁଥିରେ ଏକ ଗୋଲ୍‌ଡେନ ରିଟ୍ରିଭର ଶୋଇ ମୋବାଇଲରେ କାର୍ଟୁନ ଦେଖୁଛି। ଲୋକେ କୁକୁରର ଶୈଳୀ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ଭିଡିଓରେ ଅନେକ କମେଣ୍ଟ ଦେଉଛନ୍ତି।

 

View this post on Instagram

 

A post shared by Animals Lover (@adore_pankaj)


ଭିଡିଓରେ ‘ଗୋଲଡେନ୍ ରିଟ୍ରିଭର’ ପ୍ରଜାତିର ଏକ କୁକୁର ଏକ କୋମଳ ଶଯ୍ୟାରେ ଶୋଇଛି ଏବଂ ତା’ ନିକଟରେ ଏକ ସ୍ମାର୍ଟଫୋନ୍ ରଖାଯାଇଛି, ଯେଉଁଥିରେ ସେ କାର୍ଟୁନ୍ ଦେଖୁଛି। ଶଯ୍ୟା ଉପରେ ଏକ ପରଦା ମଧ୍ୟ ଅଛି। କୁକୁରର ସମ୍ପୂର୍ଣ୍ଣ ଧ୍ୟାନ ମୋବାଇଲ ସ୍କ୍ରିନ୍‌ରେ ଅଛି ଏବଂ ତାକୁ ଜଣାନାହିଁ ଯେ ତା’ର ଭିଡିଓ ଉତ୍ତୋଳନ କରାଯାଉଛି। ଏହି ଭିଡିଓକୁ ‘ଆନିମଲ ଲଭର୍ସ’ ନାମକ ହ୍ୟାଣ୍ଡେଲରୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି। ଏହି ଭିଡିଓ ସହ କ୍ୟାପ୍ସନରେ ଲେଖାହୋଇଛି, ‘‘କ’ଣ ସମସ୍ତେ ଏହିଭଳି ନିଜ ଛୁଟି ବିତାନ୍ତି’’। ଇଣ୍ଟରନେଟ୍‌ରେ ଏହି ଛୋଟ ଭିଡିଓଟି ବେଶ୍‌ ଲୋକପ୍ରିୟତା ହାସଲ କରିଛି। ଏହାକୁ ୯ ମିଲିୟନରୁ ଅଧିକ ଲୋକ ଲାଇକ୍‌ କରିଥିବା ବେଳେ ୨୭ ହଜାର ଲୋକ ଏଥିରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ଏଥିରେ ମଜାଳିଆ କମେଣ୍ଟ କରିଛନ୍ତି। ଜଣେ କହିଛନ୍ତି, ଇଏ ତ ଡିଜିଟାଲ କୁକୁର। ଆଉ କେହି କେହି କହିଛନ୍ତି, ଏପରି କରିବା ପଶୁମାନଙ୍କ ପ୍ରତି ଭଲନୁହେଁ। ଏହି ଭିଡିଓରେ ଜଣେ ୟୁଜର କହିଛନ୍ତି, ‘ମୋବାଇଲ୍ ଫୋନ୍ ପ୍ରଥମେ ମଣିଷ ଏବଂ ବର୍ତ୍ତମାନ କୁକୁରମାନଙ୍କୁ ନଷ୍ଟ କରିଦେଲା। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ଯଦି ଆପଣ ଏକ କୁକୁର ସାଜି ପୁନର୍ବାର ଜନ୍ମ ନିଅନ୍ତି, ତେବେ ଆପଣଙ୍କ ପୁନର୍ଜନ୍ମ କିଛି ଏଭଳି ହେବା ଉଚିତ୍।’

- Advertisement -

ତେବେ କୁକୁର ପ୍ରେମୀମାନଙ୍କ ପାଇଁ ଏହା ଚିନ୍ତାର ବିଷୟ ହୋଇପାରେ ଯେ, ସେମାନଙ୍କର ନଟ୍‌ଖଟ୍‌ କିନ୍ତୁ ସାହସୀ ଏବଂ ଚଳଚଞ୍ଚଳ କୁକୁରମାନେ କିପରି ସ୍ମାର୍ଟଫୋନ୍ ମାୟାରେ ବାୟା ହେଉଛନ୍ତିି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories