www.samajalive.in
Saturday, December 13, 2025
26.1 C
Bhubaneswar

ସାଉଦି ଆରବରେ ଗିଳୁଥିଲେ, ୟୁପିରେ ବାହାର କରୁଥିଲେ: ସୁନା ଚୋରାଚାଲାଣ ଉପାୟ ଜାଣି ହେବେ ଆଶ୍ଚର୍ଯ୍ୟ

ଗାଜିଆବାଦ: ସାଉଦି ଆରବରୁ ୨୫ ଲକ୍ଷ ଟଙ୍କାର ସୁନା ପେଟରେ ଲୁଚାଇ ନେଉଥିବା ଦୁଇ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ରାମପୁର ନିବାସୀ ନଦୀମ ଓ ଫୁଜୈଲଙ୍କୁ କ୍ରାଇମବ୍ରାଞ୍ଚ ଟିମ୍‌ ଦିଲ୍ଲୀରୁ ଗାଜିଆବାଦ ଅଭିମୁଖେ ଯାଉଥିବା ବେଳେ ଗିରଫ କରିଛି। ଉଭୟ ଖୁବ୍‌ ଚତୁରତାର ସହ ୪୦୦ ଗ୍ରାମ ସୁନା ଗିଳି ଦେଇଥିଲେ। ଡାକ୍ତରୀ ଦଳ ସେମାନଙ୍କ ପେଟରୁ ସୁନା ବାହାର କରିବା ପ୍ରକ୍ରିୟା ଜାରି ରଖିଛନ୍ତି। ଉଭୟ ଚୋରା ଚାଲାଣକାରୀ ସାଉଦି ଆରବରୁ ପ୍ରଥମେ ମୁମ୍ବଇ ଆସିଥିଲେ, ଏହାପରେ ଦିଲ୍ଲୀରୁ ରାମପୁର ଯାଉଥିଲେ। ଗୋପନୀୟ ତଥ୍ୟ ଆଧାରରେ କ୍ରାଇମବ୍ରାଞ୍ଚ ଟିମ୍‌ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଘଟଣା ସାମ୍ନାକୁ ଆସିବା ପରେ କଷ୍ଟମ ବିଭାଗର ଅଧିକାରୀମାନେ ମଧ୍ୟ ତଦନ୍ତ ଆରମ୍ଭ କରି ଦେଇଛନ୍ତି।

କ୍ରାଇମବ୍ରାଞ୍ଚ ଏସିପି ଅଜିତ କୁମାର ରଜକ କହିଛନ୍ତି ଯେ, ରାମପୁରର ଦୁଇ ଜଣ ଯୁବକ ପେଟରେ ସୁନା ନେଇ ଗାଜିଆବାଦରେ ପହଞ୍ଚିଥିବା କ୍ରାଇମବ୍ରାଞ୍ଚ ଟିମ୍‌କୁ ସୂଚନା ମିଳିଥିଲା। ପୁଲିସ ଉଭୟଙ୍କୁ ଘେରାବନ୍ଦୀ କରି ଧରିଥିଲା। ଅଭିଯୁକ୍ତଙ୍କୁ ପଚରାଉଚରା କରିବାରୁ ପ୍ରଥମେ ସେମାନେ କିଛି କହି ନଥିଲେ। ତଲାସୀ ନେବା ପରେ ପାସପୋର୍ଟ ଜବତ ହୋଇଥିଲା। ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ତତ୍ତ୍ବାବଧାନରେ ଉଭୟଙ୍କ ଏକ୍ସ-ରେ କରାଯିବାରୁ ସେମାନଙ୍କ ପେଟରେ ଧାତୁ ଥିବା ଜଣାପଡ଼ିଥିଲା। ଏହାପରେ ଯେତେବେଳେ ପୁଲିସ ତାଙ୍କୁ ପଚରାଉଚରା କଲା, ସେତେବେଳେ ସେମାନେ ସମ୍ପୂର୍ଣ୍ଣ ସତ ଓଗାଳିଥିଲେ। ସେମାନେ କହିଥିଲେ ଯେ, ଜାନୁଆରୀ ୫ରେ ଟୁରିଷ୍ଟ ଭିସା ନେଇ ସେମାନେ ସାଉଦି ଆରବ ଯାଇଥିଲେ। ଜାନୁଆରୀ ୧୮ରେ ସେମାନେ ସାଉଦି ଆରବରୁ ବିମାନ ଯୋଗେ ଆସି ମୁମ୍ବଇରେ ଅବତରଣ କରିଥିଲେ ଏବଂ ସେଠାରୁ ଟ୍ରେନରେ ଦିଲ୍ଲୀରେ ପହଞ୍ଚିଥିଲେ। ଦିଲ୍ଲୀରୁ ବସ୍ ଯୋଗେ ରାମପୁର ଯିବାକୁ ତାଙ୍କର ଯୋଜନା ଥିଲା।

- Advertisement -

ସାଉଦି ଆରବର ଜେଦ୍ଦା ବିମାନବନ୍ଦର ବାହାରେ ସେମାନେ ସୁନାର ଛୋଟ ଛୋଟ କ୍ୟାପସୁଲ ଗିଳିଥିଲେ। ସେମାନେ କହିଛନ୍ତି ଯେ, ସାଉଦି ଆରବରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୨ ହଜାର ଟଙ୍କା। ବର୍ତ୍ତମାନ ଭାରତରେ ସୁନା ମୂଲ୍ୟ ୬୪ ହଜାର ଟଙ୍କା। ସମସ୍ତ ଖର୍ଚ୍ଚ କାଟିବା ପରେ ଗୋଟିଏ ତୋଳା ସୁନାରେ ସେମାନଙ୍କର ପ୍ରାୟ ୨୦ ହଜାର ଟଙ୍କା ସଞ୍ଚୟ ହେଉଥିଲା। ୪୦୦ ଗ୍ରାମରେ ସେମାନେ ୮ ଲକ୍ଷ ଟଙ୍କା ସଞ୍ଚୟ କରୁଥିଲେ।

ଅଭିଯୁକ୍ତ ନଦୀମ୍ କହିଛି ଯେ, ସେମାନେ ଔଷଧ ବଟିକା ଭଳି ପାଣିରେ ସୁନାର ୧୦-୧୦ଟି କ୍ୟାପ୍‌ସୁଲ୍‌ ଗିଳିଥିଲେ। ସେଗୁଡ଼ିକୁ ଗିଳିବା ପରେ ସେମାନେ କିଛି ଖାଇନଥିଲେ। କେବଳ ପାନୀୟ ସାହାରାରେ ସମୟ କାଟୁଥିଲେ। ନାଦୀମ ଆହୁରି କହିଛି ଯେ, ଯେତେବେଳେ ସେ ସାଉଦି ଆରବରୁ ତା’ର ପେଟରେ ସୁନା ଆଣୁଥିଲା, ସେ ରାମପୁରରେ ନିଜ ଘରେ ପହଞ୍ଚିବା ପରେ ଫାଇବରଯୁକ୍ତ ଖାଦ୍ୟ ଖାଉଥିଲା। ଯଦ୍ବାରା ତିନିରୁ ଚାରି ଦିନ ମଧ୍ୟରେ ସମସ୍ତ ସୁନା ଶୌଚ ଆକାରରେ ବାହାରକୁ ବାହାରି ଆସୁଥିଲା। କ୍ୟାପ୍‌ସୁଲରେ ସାଉଦି ଆରବରେ ହିଁ ଟେପ୍‌ ଗୁଡ଼ାଉ ଦେଉଥିଲେ, ଫଳରେ ଏହା ବାହାରକୁ ବାହାରିବା ସହଜ ହେଉଥିଲା।

ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ତତ୍ତ୍ବାବଧାନରେ ପୁଲିସ ଟିମ୍ ଉଭୟଙ୍କ ପେଟରୁ ସୁନା ବାହାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଉଭୟଙ୍କୁ ଫାଇବରଯୁକ୍ତ ଖାଦ୍ୟ ଦିଆଯାଉଛି। ଅସ୍ତ୍ରୋପଚାର ବିନା ସୁନା ବାହାର କରିବାକୁ ତିନିରୁ ଚାରି ଦିନ ଲାଗିବ ବୋଲି ମେଡିକାଲ ଅଧିକାରୀ ପୁଲିସକୁ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories