www.samajalive.in
Saturday, December 6, 2025
26.1 C
Bhubaneswar

୨ ଆଇଜିଙ୍କ ସମେତ ୨୦ ପୁଲିସ ଅଧିକାରୀ ପାଇବେ ରାଜ୍ୟପାଳ ପଦକ

ଭୁବନେଶ୍ବର: ୨୦୨୩ ବର୍ଷ ପାଇଁ ରାଜ୍ୟ ପୁଲିସ ମେଡାଲ ତାଲିକା ପ୍ରକାଶ ପାଇଛି। ୨ ଆଇଜିଙ୍କ ସମେତ ୨୦ ପୁଲିସ ଅଧିକାରୀ ରାଜ୍ୟପାଳ ପଦକ ପାଇବେ । ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ , ଗଞ୍ଜାମ ଏସପି ଜଗମୋହନ ମୀନା, ସମ୍ବଲପୁର ଏସପି ମୁକେଶ ଭାମୁ ଙ୍କୁ ମେଡାଲ ଦିଆଯିବ । ଆଇଜି ପାହ୍ୟାରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ ମନୋନୀତ ହୋଇଛନ୍ତି। ଏସପି ପାହ୍ୟାରେ ଜଗମୋହନ ମୀନା ଓ ମୁକେଶ ଭାମୋ ମନୋନୀତ ହୋଇଥିବାବେଳେ ଡିଏସପି ପାହ୍ୟାରେ ଉଦୟଭାନୁ ମିଶ୍ର ଓ ମାନସ ଗଡ଼ନାୟକଙ୍କୁ ମନୋନୀତ କରାଯାଇଛି।  ଅନିଲା ଆନନ୍ଦ, ସବ୍ୟସାଚୀ ମଲ୍ଲ, ହେମାମାଳିନୀ ନାୟକଙ୍କୁ ଆଇଆଇସି ପାହ୍ୟା ମିଳିବ। ସେହିପରି ବିପିଏସପିର ଅତିରିକ୍ତ ଏସପି ଉଦୟଭାନୁ ମିଶ୍ର ଏବଂ ଏସିପି  ମାନସ ଗଡ଼ନାୟକଙ୍କୁ ମଧ୍ୟ ରାଜ୍ୟପାଳ ପଦକ ପୁରସ୍କାର ମିଳିବ।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories