www.samajalive.in
Saturday, December 13, 2025
26.1 C
Bhubaneswar

ଇଭିଏମ ହିସାବ – ପ୍ରତି ୧୫ ବର୍ଷରେ ଦରକାର ୧୦ ହଜାର କୋଟି

ଡେସ୍କ: ନିର୍ବାଚନ ଆୟୋଗ କହିଛନ୍ତି ଏକ ରାଷ୍ଟ୍ର, ଏକ ନିର୍ବାଚନ ବ୍ୟବସ୍ଥା ଲାଗୁ ହେଲେ ପ୍ରତି ୧୫ ବର୍ଷରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏକ ରାଷ୍ଟ୍ର, ଏକ ନିର୍ବାଚନ ବ୍ୟବସ୍ଥାରେ ଦେଶରେ ଲୋକସଭା ନିର୍ବାଚନ ସହିତ ସମସ୍ତ ରାଜ୍ୟ ବିଧାନସଭା ନିର୍ବାଚନ କରାଯିବ। ନିର୍ବାଚନ ପାଇଁ ବ୍ୟବହାର କରାଯାଉଥିବା ଗୋଟିଏ ଇଲେକଟ୍ରୋନିକ ଭେଟିଂ ମେସିନ (ଇଭିଏମ୍‌)ର କାର୍ଯ୍ୟ ଅବଧି ୧୫ବର୍ଷ। ତେଣୁ ପ୍ରତି ୧୫ବର୍ଷରେ ସମସ୍ତ ଇଭିଏମ୍‌କୁ ଏକକାଳୀନ ବଦଳାଇବାକୁ ପଡିବ। ଏ ବାବଦରେ ୧୦ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଆଗାମୀ ଲୋକସଭା ନିର୍ବାଚନ ପରିଚାଳନା ଲାଗି ଦେଶରେ ୧୧.୮୦ଲକ୍ଷ ମତଦାନ କେନ୍ଦ୍ର ଖୋଲାଯିବ। ତେଣୁ ଏହି ସଂଖ୍ୟକ ଇଭିଏମ୍ ଆବଶ୍ୟକ ହେବ। ବିଧାନସଭା ନିର୍ବାଚନ କରାଗଲେ ଏହାର ଦୁଇଗୁଣା ଇଭିଏମ୍ ଆବଶ୍ୟକ ହେବ। ଏହା ସହିତ ଆବଶ୍ୟକ ସଂଖ୍ୟକ ଇଭିଏମ୍ ଗଚ୍ଛିତ ରଖିବାକୁ ପଡିବ। ଇଭିଏମ୍ ସହିତ କଣ୍ଟ୍ରୋଲ ୟୁନିଟ୍‌, ବାଲାଟ୍ ୟୁନିଟ୍, ଭିଭିପାଟ୍‌ ଆଦି ଆବଶ୍ୟକ ହେବ। ୨୦୨୩ରେ ଗୋଟିଏ ଇଭିଏମ୍‌ର ମୂଲ୍ୟ ୭୯୦୦ ଟଙ୍କା ରହିଥିବା ବେଳେ ବାଲାଟ୍ ୟୁନିଟ୍ ମୂଲ୍ୟ ୯୮୦୦ ଟଙ୍କା ଓ କଣ୍ଟ୍ରୋଲ ୟୁନିଟ୍ ମୂଲ୍ୟ ୧୬୦୦୦ ଟଙ୍କା ରହିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories