www.samajalive.in
Saturday, December 6, 2025
23.1 C
Bhubaneswar

ଚନ୍ଦ୍ରପୁର ଲକ୍ଷ୍ମୀ ମାଝୀ ମୃତ୍ୟୁ ଘଟଣା; ଏନଏଚଆରସିରେ ମାମଲା ରୁଜୁ

ରାୟଗଡା: ରାୟଗଡା ଜିଲା ଚନ୍ଦ୍ରପୁର ମା’ ଗୃହରେ କାର୍ଯ୍ୟରତ ଆଦିବାସୀ ଦିବ୍ୟାଙ୍ଗ ଯୁବତୀ ଲକ୍ଷ୍ମୀ ମାଝୀ ମୃତ୍ୟୁ ଘଟଣାକୁ ନେଇ ଜାତୀୟ ମାନବ ଅଧିକାର କମିଶନ(ଏନଏଚଆରସି)ଙ୍କ ନିକଟରେ ମାମଲା ରୁଜୁ ହୋଇଛି। ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ଏନଏଚଆରସିରେ ମାମଲା ଦାଏର କରିଛନ୍ତି। ଏହି ମାମଲାରେ ରାୟଗଡା ଏସପି, କ୍ରାଇମବ୍ରାଞ୍ଚ, ଗୃହ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆଦିବାସୀ ଯୁବତୀ ଲକ୍ଷ୍ମୀଙ୍କୁ ଅତି ଅମାନୁଷିକ ଭାବରେ ବଳାତ୍କାର କରି ପ୍ରମାଣ ନଷ୍ଟ କରିବାକୁ ଜାଳିପୋଡି ହତ୍ୟା କରିବା ଘଟଣାରେ ମାନ୍ୟବର କମିଶନର ହସ୍ତକ୍ଷେପ କରି ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଲକ୍ଷ୍ମୀ ମାଝୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇ ଦେବା ପାଇଁ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଏକ ମାମଲା (୯୮୧/୨୦୨୪) ଦାଏର କରାଯାଇଛି। ଗତ ଡିସେମ୍ବର ୨୨ ତାରିଖରେ ରାୟଗଡା ଜିଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତର ନାକଟିଗୁଡା ଗାଁର ବେଲଧର ମାଝୀଙ୍କ ଝିଅ ଲକ୍ଷ୍ମୀ ମାଝୀଙ୍କୁ ଅତି ଅମାନୁଷିକ ଭାବେ ବଳାତ୍କାର କରି ପ୍ରମାଣ ନଷ୍ଟ କରିବାକୁ ଜାଳିପୋଡି ହତ୍ୟା କରାଯାଇଥିଲା। ଲକ୍ଷ୍ମୀ ଜଣେ ଆଦିବାସୀ ଦିବ୍ୟାଙ୍ଗ ଯୁବତୀ ହୋଇଥିବା ବେଳେ ସେ ଚନ୍ଦ୍ରପୁର ମା’ ଗୃହରେ ୱାଡେନ ଭାବେ ଦୀର୍ଘ ୫ ବର୍ଷ ହେଲା କାର୍ଯ୍ୟ କରୁଥିଲେ ।

ଗତ ୨୧ ତାରିଖ ଅପରାହ୍ନ ୪ଟା ବେଳେ ମା’ ଗୃହରୁ ଲକ୍ଷ୍ମୀ ମାଝୀ ଘରକୁ ଯାଇଥିଲେ । ସେହିଦିନ ରାତି ପ୍ରାୟ ୧୧ ଟା ବେଳେ ମା’ ଗୃହ ନିକଟରେ ତାଙ୍କର ଦରପୋଡ଼ା ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଲକ୍ଷ୍ମୀଙ୍କୁ ଚନ୍ଦ୍ରପୁର ମେଡିକାଲରେ ଭର୍ତ୍ତି କରାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଲକ୍ଷ୍ମୀ କାମ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଆଲିସା’ର ନିର୍ଦ୍ଦେଶକ ନରସିଂହ ମହାପାତ୍ରଙ୍କ କଥାରେ ରାଜି ନହେବାରୁ ତାଙ୍କ ଝିଅକୁ ପୋଡି ମାରି ଦିଆଯାଇଥିବା ଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ ଲକ୍ଷ୍ମୀଙ୍କ ବାପା ବେଲଧର ମାଝୀ। ଚନ୍ଦ୍ରପୁର ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ହେଲେ କୌଣସି ଅଭିଯୁକ୍ତକୁ ଗିରଫ କରିପାରିନଥିଲା। ଏହି ଘଟଣାକୁ ନେଇ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ବିଜେପି ପକ୍ଷରୁ ରାୟଗଡା ଜିଲା ବନ୍ଦ ପାଳନ କରିଥିଲା। ଜିଲା ଆଦିବାସୀ ମହାସଂଘ ମଧ୍ୟ ରାୟଗଡା ଓ କାଶୀପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିଥିଲା। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମଙ୍ଗଳବାର ଚନ୍ଦ୍ରପୁରରେ ଶହ ଶହ ମହିଳା ବନ୍ଦ ପାଳନ କରିଥିଲେ। ବିଭିନ୍ନ ସଂଗଠନର ତୀବ୍ର ବିରୋଧ ପ୍ରଦର୍ଶନ ପରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ। ଏହି ଘଟଣାକୁ ପାଖାପାଖି ଏକ ମାସ ପୂରିବାକୁ ବସିଥିବା ବେଳେ ଆଜି ଯାଏ କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନି। ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି ପୀଡିତାଙ୍କ ପରିବାର। ମୃତ ଲକ୍ଷ୍ମୀ ମାଝୀଙ୍କ ପରିବାରକୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ଓଡ଼ିଶା ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ଏହି ମାମଲା ରୁଜୁ କରିଛନ୍ତି।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories