www.samajalive.in
Saturday, December 6, 2025
19.1 C
Bhubaneswar

କୁହୁଡି ପାଇଁ ସତର୍କ ସୂଚନା ଜାରି ; ଶୀତ ଲହରୀ ବଢାଇବ ଥଣ୍ଡା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଶୀତ ପାଇଁ ପାଣିପାଗ ବିଭାଗ ପକ୍ଷରୁ ହଳଦିଆ ସତର୍କ ସୂଚନା ଜାରି ହୋଇଛି। ତାପମାତ୍ରାରେ ହ୍ରାସ ସହ ଘନ କୁହୁଡି ସମସ୍ୟା ଜାରି ରହିବ। କୁହୁଡି କାରଣରୁ ଦୃଶ୍ୟମାନ ଖୁବ୍‌‌ କମ୍‌‌ ଥିବାରୁ ଅନେକ ବିମାନ ଉଡାଣରେ ବିଳମ୍ବ ହୋଇଛି। କିଛି ବିମାନ ବାତିଲ୍‌‌ ମଧ୍ୟ କରାଯାଇଛି। ଫଳରେ ଯାତ୍ରୀମାନେ ଯାତାୟତରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଘନ କୁହୁଡି କାରଣରୁ ଦେଶର ବିଭିନ୍ନ ସ୍ଥାନରୁ ଦିଲ୍ଲୀ ଆସୁଥିବା ୧୮ଟି ଟ୍ରେନ ବିଳମ୍ବରେ ଚାଲୁଛି। ପ୍ରବଳ ଜାଡ ସାଙ୍ଗକୁ ଶୀତ ଲହରୀ ସମସ୍ୟାକୁ ଆହୁରି ବଢାଉଛି। ତେବେ ଏହା ମଧ୍ୟରେ ଥଣ୍ଡା ପବନ କାରଣରୁ ଅଧିକାଂଶ ସ୍ଥାନରେ ଶୀତର ପ୍ରଭାବ ବଢିବା ନେଇ ସମ୍ଭାବନା ରହିଛି। ଗୁରୁବାର ଓ ଶୁକ୍ରବାର ଘନ କୁହୁଡି ପାଇଁ ହଳଦିଆ ସତର୍କ ସୂଚନା ଜାରି ହୋଇଥିବା ବେଳେ ଖରା ଖୁବ କମ୍‌‌ ହେବ।
ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଉତ୍ତର ଭାରତରେ ଆସନ୍ତା ୪ ଦିନ ଘନ କୁହୁଡି ସମସ୍ୟା ଲାଗି ରହିବାର ସମ୍ଭାବନା ରହିଛି। ଅଧିକାଂଶ ଅଞ୍ଚଳରେ ଭୀଷଣ ଥଣ୍ଡା ଅନୁଭୂତ ହେବ। ସେହିପରି ଉତ୍ତର-ପଶ୍ଚିମ ଭାରତରେ ୪ ଦିନ ପର୍ଯ୍ୟନ୍ତ ଶୀତ ଲହରୀରୁ ତ୍ରାହି ମିଳିବ ନାହିଁ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories