www.samajalive.in
Saturday, December 6, 2025
19.1 C
Bhubaneswar

ଜାଣନ୍ତୁ କେଶ ଝଡିବାର କାରଣ..

ଜାଣନ୍ତୁ କେଶ ଝଡିବାର କାରଣ ଓ ଉପାୟ..
ପୋଷଣର ଅଭାବ କେଶ ଝଡିବାର ମୁଖ୍ୟ କାରଣ। ଏହାବ୍ୟତୀତ ଅନ୍ୟ କିଛି କାରଣ ମଧ୍ୟ ଜାଣନ୍ତୁ..
– ଚିନ୍ତାଗ୍ରସ୍ତ
– ଥଣ୍ଡା ଲାଗି ରହିଲେ
– ଭିଟାମିନ-ବିର ଅଭାବ
– ରୂପି
– ଜଳରେ ପ୍ରଦୂଷଣର ମାତ୍ରା
– କେଶ ମୂଳ କିଛି କାରଣରୁ ଦୁର୍ବଳ
କେଶ ଝଡିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଉପାୟ ପ୍ରତି ଧ୍ୟାନ ଦେବା ସହ ଆପଣାଇ ପାରିବେ..
ନଡିଆତେଲ – କେଶ ପାଇଁ ନଡିଆ ତେଲ ଖୁବ ଉପକାରୀ। ନଡିଆତେଲକୁ ଅଳ୍ପ ଗରମ କରି କେଶ ମୂଳରେ ମାଲିସ କରନ୍ତୁ। ଏହାଦ୍ୱାରା କେଶ ମୂଳ ମଜଭୂତ ହୋଇଥାଏ। ଏହାସହ ନଡିଆ ରସକୁ କେଶ ମୂଳରେ ଲଗାଇ ୧ ଘଣ୍ଟା ରଖିବା ପରେ ସାମ୍ପୁ କରି ଦିଅନ୍ତୁ। ଏହା ମଧ୍ୟ କେଶକୁ ମଜଭୂତ କରେ। କେଶ ଲମ୍ବା ହୋଇଥାଏ।
ମନ୍ଦାର ଫୁଲ- ମନ୍ଦାରଫୁଲକୁ ପେଷି ନଡିଆତେଲରେ ମିଶାଇ କେଶରେ ଲଗାନ୍ତୁ। ୧ ଘଣ୍ଟା ରଖିବା ପରେ କେଶ ସାମ୍ପୁ କରି ଦିଅନ୍ତୁ। ଏହା ରୂପରୁ ମୁକ୍ତି ଦେଇଥାଏ।
ଅଣ୍ଡା – ଅଣ୍ଡାରେ ଭରପୁର ମାତ୍ରାରେ ପ୍ରୋଟିନ ରହିଥାଏ। ଏହାସହ ଏଥିରେ ଜିଙ୍କ, ମିନେରାଲନ୍ସ, ସଲଫର ରହିଛି। ଏହା କେଶକୁ ଖୁବ ପୋଷଣ ପ୍ରଦାନ କରିଥାଏ। ଅଣ୍ଡାର ଧଳା ଅଂଶରେ ଅଲିଭ ଅଏଲ ମିଶାଇ ଏହାକୁ କେଶରେ ଲଗାନ୍ତୁ। ୩୦ ମିନିଟ ପରେ କେଶ ଧୋଇ ଦିଅନ୍ତୁ।
ପିଆଜ – ପିଆଜର ରସ କେଶରେ ଲଗାଇବା ଦ୍ୱାରା ଏହା କେବଳ କେଶ ଝଡିବା ସମସ୍ୟାକୁ ଦୂର କରିନଥାଏ ବରଂ କେଶକୁ ଲମ୍ବା କରିବାରେ ସାହାଯ୍ୟ କରିଥାଏ। ସପ୍ତାହକୁ ୨ଥର କେଶରେ ପିଆଜର ରସ ନିଶ୍ଚୟ ଲଗାନ୍ତୁ।
ରସୁଣ – ରସୁଣ କେଶ ପାଇଁ ଖୁବ ଉପକାରୀ। ନଡିଆ ତେଲରେ ରସୁଣ ରସକୁ ମିଶାଇ କେଶରେ ଲଗାନ୍ତୁ।

 

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories