www.samajalive.in
Thursday, December 11, 2025
18.1 C
Bhubaneswar

ଜାନୁଆରୀ ୨୨କୁ ସଭିଁଙ୍କ ଅପେକ୍ଷା ; ସୁର ସାମ୍ରାଜ୍ଞୀଙ୍କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଜାନୁଆରୀ ୨୨କୁ ସଭିଏଁ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ସମସ୍ତେ ହର୍ସ ଉଲ୍ଲାସର ସହ ଅପେକ୍ଷା କରି ରହିଛନ୍ତି। ଘରେ ଘରେ ଜୟ ଶ୍ରୀରାମ ଶୁଣିବାକୁ ମିଳୁଛି। ପ୍ରତ୍ୟେକ ଭାରତୀୟ ଦୀପ ଜଳାଇ ଭଗବାନ ରାମଙ୍କର ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ମନେ ପକାଇଛନ୍ତି।


ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରଧାନମନ୍ତ୍ରୀ ଲତା ମଙ୍ଗେସକରଙ୍କୁ ମନେ ପକାଇ କହିଛନ୍ତି, ସାରା ଦେଶ ଖୁବ୍‌‌ ଉତ୍ସାହର ସହ ୨୨ ଜାନୁଆରୀକୁ ଅପେକ୍ଷା କରିଛି। ଏହା ମଧ୍ୟରେ ଅନେକ ମହାନ ଓ ସ୍ମରଣୀୟଙ୍କ ଅନୁପସ୍ଥିତି କଷ୍ଟ ଦେବ ସେମାନଙ୍କ ମଧ୍ୟରୁ ଲତା ଦିଦି ଜଣେ। ଲତା ମଙ୍ଗେସକର ଗାଇଥିବା ଏକ ଶ୍ଲୋକ ମଧ୍ୟ ପ୍ରଧାନମନ୍ତ୍ରୀ ଶେୟାର କରିଛନ୍ତି। ଲତା ଦିଦିଙ୍କ ପରିବାର ଲୋକଙ୍କ ଅନୁଯାୟୀ, ଏହି ଶ୍ଲୋକ ତାଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଶେଷ ଶ୍ଲୋକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Hot this week

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

Related Articles

Popular Categories