www.samajalive.in
Tuesday, December 9, 2025
17.1 C
Bhubaneswar

ଖାଦ୍ୟ ଖାଇବା ପରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଠିକ ସମୟରେ ଖାଇବା ଦରକାର ନୁହେଁ, ଏହାସହ ଖାଇବା ପରେ କେଉଁ ପାନୀୟ ଦ୍ରବ୍ୟ ପିଇବା ଉଚିତ ଓ ଉଚିତ ନୁହେଁ ତାହା ଜାଣିବା ମଧ୍ୟ ଆବଶ୍ୟକ ଅଟେ। ବହୁବାର ଆମେ ସ୍ୱାଦ ପାଇଁ ଏପରି କିଛି ଦ୍ରବ୍ୟ ଖାଇବା ପରେ ପିଉ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ। ମାତ୍ର ବହୁ ଲୋକଙ୍କୁ ଏକଥା ଜଣାନଥାଏ ଯେ, ଖାଦ୍ୟ ଖାଇବା ପରେ ଆମେ କେଉଁ ପାନୀୟ ଦ୍ରବ୍ୟ ପିଇବା ଉଚିତ ଓ ଉଚିତ ନୁହେଁ। ଜାଣନ୍ତୁ ତାହା କ’ଣ….


ଚାହା ପିଇବା ଉଚିତ ନୁହେଁ –
ଖାଦ୍ୟ ଖାଇବା ପରେ ଚା’ ପିଅନ୍ତୁ ନାହିଁ। ଏହା ଶରୀର ପାଇଁ ଖୁବ କ୍ଷତିକାରକ ଅଟେ। ଖାଇବା ପରେ ଚା’ ପିଇବା ଦ୍ୱାରା ଖାଦ୍ୟରୁ ଉପଯୁକ୍ତ ପରିମାଣରେ ପୋଷକ ତତ୍ତ୍ୱ ମିଳିନଥାଏ। ଖାଦ୍ୟ ଭଲ ଭାବେ ହଜମ ହୋଇନଥାଏ। ହଜମ ଶକ୍ତି ହ୍ରାସ ପାଇଥାଏ। ତେଣୁ ଭୋଜନ କରିବା ପରେ ତୁରନ୍ତ ଚା’ ପିଅନ୍ତୁ ନାହିଁ।କଫି ପିଇବା ଉଚିତ –
ଭୋଜନ କରିବାର କିଛି ସମୟ ପରେ କଫି ପିଇଲେ ଏହା ଖାଦ୍ୟକୁ ସଠିକ ଭାବେ ହଜମ କରିଥାଏ। ବେଳେବେଳେ ଆମେ ଅଧିକ ଖାଦ୍ୟ ଖାଇଦେବା ଫଳରେ ଆମକୁ ଅସ୍ତବ୍ୟସ୍ତ ଲାଗିଥାଏ। ସେହି ସମୟରେ କଫି ପିଇଲେ ଆମକୁ ଆରାମ ଅନୁଭୂତ ହୋଇଥାଏ।

- Advertisement -


ଲେମ୍ବୁର ଚାହା –
ଭୋଜନ କରିବା ପରେ ଲେମ୍ବୁର ଚାହା ପିଇବା ମଧ୍ୟ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏହା ଖାଦ୍ୟକୁ ହଜମ କରିବା ପାଇଁ ସାହାଯ୍ୟ କରିଥାଏ। ଲେମ୍ବୁ ଚାହା ଖାଦ୍ୟକୁ ହଜମ କରୁଥିବା ଏନଜାଇମକୁ ଠିକ ଭାବରେ କାର୍ଯ୍ୟକ୍ଷମ କରାଇଥାଏ। ଯାହା ଫଳରେ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।


ଦହିର ସେବନ –
ଦହିରେ ଖାଦ୍ୟକୁ ହଜମ କରିବାର ଉପଯୁକ୍ତ ପୋଷକ ତତ୍ତ୍ୱ ରହିଛି। ତେଣୁ ଦହି ଖାଇବା ମଧ୍ୟ ହିତକାରକ ଅଟେ।
ଖାଇବା ପରେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ-
ଖାଦ୍ୟ ଖାଇବା ପରେ କିଛି ସମୟ ଆରାମ କରିବା ମଧ୍ୟ ଆବଶ୍ୟକ ଅଟେ।
ଭୋଜନ କରିବା ପରେ ତୁରନ୍ତ ବ୍ୟାୟାମ କରିବା ଉଚିତ ନୁହେଁ।
ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଅନ୍ତୁ ନାହିଁ। ଅଧ ଘଣ୍ଟା କିମ୍ବା ୧ଘଣ୍ଟା ପରେ ପାଣି ପିଅନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories