www.samajalive.in
Saturday, December 6, 2025
16.1 C
Bhubaneswar

ମୋଦୀଙ୍କୁ ଅପମାନ: ଥାନାରେ ମାମଲା ରୁଜ୍ଜୁ

ଭୁବନେଶ୍ବର :  ଲକ୍ଷାଦ୍ବୀପ ଫଟୋ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପମାନ ପ୍ରସଙ୍ଗକୁ ନେଇ ମାମଲା ରୁଜ୍ଜୁ ହୋଇଛି । ବିଜେପି ଏତଲା ଆଧାରରେ ସାଇବର ଥାନାରେ ମାମଲା ରୁଜ୍ଜୁ ହୋଇଛି। ଅଜଣା ଦୁର୍ବୁତ୍ତଙ୍କ ନାଁରେ ବିଭିନ୍ନ ଦଫାରେ ପୁଲିସ ମାମଲା ରୁଜ୍ଜୁ କରିଛି। ଧାରା ୨୯୪, ଆଇପିସି ଦଫା ୬୭(କ), ଆଇଟି ଆକ୍ଟରେ ମାମଲା ରୁଜ୍ଜୁ ହୋଇଥିବା ନେଇ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପମାନ ନେଇ ସାଇବର ଥାନାରେ ଏତଲା ହୋଇଥିଲା। ବିଜେପି ପକ୍ଷରୁ ସମୀର ମହାନ୍ତି , ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ଏତଲା କରିଥିଲେ । ବିଜେଡି ଓଡିଶା ଫେସବୁକ୍ ଆକାଉଣ୍ଟ ନାଁରେ ଏମାନେ ଏତଲା କରିଥିଲେ। ଉକ୍ତ ଆକାଉଣ୍ଟରେ ମୋଦୀଙ୍କ ପ୍ରତି ଅପମାନଜନକ ଶଦ୍ଦ ପ୍ରୟୋଗ କରାଯାଇଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories