www.samajalive.in
Friday, December 12, 2025
14.1 C
Bhubaneswar

ଏହି ରାଶିର ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରୁ ସଫଳତା- ଆଜିର ରାଶିଫଳ

 

ମେଷ- କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଶତ୍ରୁନାଶ, ଧନ ଭୋଗ ସହିତ ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ବିବାଦୀୟ ଘଟଣାରେ ବିଜୟ ଲାଭ କରିପାରନ୍ତି।

- Advertisement -

ବୃଷ- ଭାଗ୍ୟଶାଳୀ ହେବେ। ଜନସାଧାରଣଙ୍କଠାରୁ କ୍ଷମତା ପ୍ରାପ୍ତ ହୋଇ ତା’ର ସଦ୍ ବ୍ୟବହାର କରି ସୁନାମ ଅର୍ଜନ କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। କାର୍ଯ୍ୟ କ୍ଷେତ୍ରରୁ ଉଜ୍ଜ୍ବଳମୟ କରିପାରନ୍ତି।

ମିଥୁନ- ଆର୍ଥିକ ସ୍ଥିତିରେ ଅବନତି ଘଟିପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ମନୋବଳ ଦୁର୍ବଳ ହୋଇପାରେ। ମାନସିକ ସଂଘାତ ଅନୁଭବ କରିପାରନ୍ତି। ସ୍ବଳ୍ପ ସଂକ୍ରାନ୍ତ ଯୁକ୍ତ ଓ ପରାକ୍ରମୀ ହୋଇପାରନ୍ତି।

କର୍କଟ- ସୁଖକର ଘଟଣାମାନ ଘଟିପାରେ। କର୍ମପ୍ରବଣ ହେବେ ଓ ସୁଖ୍ୟାତି ଅର୍ଜନ କରିବେ। ସେବା କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରନ୍ତି। ସପତ୍ନୀକ ସାଧୁ ସେବାରେ ବ୍ରତୀ ହେବେ। ଭୋଜନ ରୁଚିକର ହେବ।

ସିଂହ- ମିଳିତ ଶକ୍ତି ପ୍ରୟୋଗ କରି ଶତ୍ରୁକୁ ପରାଜିତ କରିବେ ଓ ମାନସିକ ଶାନ୍ତି ଫେରିପାଇବେ। ଅତିଷ୍ଠ କରୁଥିବା ଋଣଭାର ଲାଘବ ହେବାର ସୂଚନା ମିଳୁଛି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ।

କନ୍ୟା- ମଧୁର ଭାଷୀ ହେବେ। ଜ୍ୟୋତିଷ ଶାସ୍ତ୍ର ପ୍ରତି ରୁଚି ରହିବ। ପ୍ରବଳ ପ୍ରତାପୀ ହେବେ। ବିବେକୀ ହୋଇପାରନ୍ତି। ଚଞ୍ଚଳ ପ୍ରକୃତିର କନ୍ୟା, ଜୀବନ ରକ୍ଷାର କବଚ ହୋଇପାରେ। ଶତ୍ରୁମାନେ ଅପସରି ଯାଇପାରନ୍ତି।

ତୁଳା- ପରିଶ୍ରମ କଷ୍ଟଦାୟକ ହୋଇପାରେ; ମାତ୍ର ତା’ର ମୂଲ୍ୟାଙ୍କନ ହେବ। କୃଷିରୁ ଆୟ ଉତ୍ତମ ମାନର ହୋଇପାରେ। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ପତ୍ନୀ ମନ୍ତ୍ରଣାଦାତା ହୋଇପାରନ୍ତି।

ବିଚ୍ଛା- ସକଳ ଗୁଣଯୁକ୍ତ ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। କଣ୍ଠ ଫୁଲା ପାଇଁ ପ୍ରତିକାର କରିପାରନ୍ତି। ଥଣ୍ଡାକଫଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହେବେ।

ଧନୁ- ତ୍ୟାଗଶୀଳ ବ୍ୟକ୍ତିଭାବେ ନିଜର ନିର୍ଲୋଭତାର ପରିଚୟ ସୃଷ୍ଟି କରିବେ। ମତିମାନ୍‌ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା, ହୃଷ୍ଟଚିତ୍ତ, ଅତିସୁଖୀ, ପ୍ରଫୁଲ୍ଲମୁଖ ଓ କୀର୍ତ୍ତିଶାଳୀ ହେବେ।

ମକର- ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ। ଭୋଜନ ଆନନ୍ଦଦାୟକ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।

କୁମ୍ଭ- ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଥଣ୍ଡାକଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ମଧୁର କଥାରେ ଅଧସ୍ଥନ କର୍ମଚାରୀଙ୍କୁ ଆପଣାର କରି କାର୍ଯ୍ୟ ହାସଲ କରିବେ। ଖର୍ଚ୍ଚାନ୍ତ ହେବେ।

ମୀନ- ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୁଯୋଗ ଅଛି। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍‌ ହେବେ। ଗୁଣଜ୍ଞ ହେବେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories