www.samajalive.in
Friday, December 12, 2025
26.1 C
Bhubaneswar

ଅଙ୍ଗନବାଡ଼ି ସୁପରଭାଇଜରଙ୍କୁ ବର୍ଷେ ଜେଲଦଣ୍ଡ

ନୀଳଗିରି: ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ଅଙ୍ଗନବାଡ଼ି ସୁପରଭାଇଜର ବୃନ୍ଦାବତୀ ସିଂଙ୍କୁ ନୀଳଗିରି ଏସଡିଜେଏମ ଇପ୍ସି ମହାନ୍ତି ୧ବର୍ଷ ଜେଲଦଣ୍ଡ ସହ ୭ଲକ୍ଷ ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି । ନୀଳଗିରି ଥାନା ଅଧୀନ ବାଘମରା ଗାଁର ଦିବାକର ସିଂଙ୍କ ସ୍ତ୍ରୀ ତଥା ସୁପରଭାଇଜର ବୃନ୍ଦାବତୀ ନୀଳଗିରି ସହର କଦମସାହି ଅଞ୍ଚଳର ମହେନ୍ଦ୍ର ବେହେରାଙ୍କଠାରୁ ୬ଲକ୍ଷ ଟଙ୍କା ଧାରସୂତ୍ରରେ ନେଇ ପ୍ରତିବଦଳରେ ଏକ ଚେକ ଦେଇଥିଲେ । କିନ୍ତୁ ଉକ୍ତ ଟଙ୍କା ନଫେରାଇବା ଯୋଗୁ ବାଧ୍ୟ ହୋଇ ଶ୍ରୀ ବେହେରା ଏନେଇ ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ଆଜି ନୀଳଗିରି ଏସଡିଜେଏମ ଉକ୍ତ ଘଟଣାର ବିଚାର କରି ରାୟ ପ୍ରକାଶ କରିଛନ୍ତି । ଅଭିଯୋଗକାରୀଙ୍କ ତରଫରୁ ଆଇନଜୀବୀ ସତ୍ୟଜିତ ମିଶ୍ର ଓ ତନୟ ପାତ୍ର ମୋକଦ୍ଦମା ପରିଚାଳନା କରୁଥିଲେ ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories