www.samajalive.in
Friday, December 12, 2025
14.1 C
Bhubaneswar

ବିଡିଓଙ୍କ ବଦଳି ଦାବିରେ ସରପଞ୍ଚ ଓ ସମିତିସଦସ୍ୟଙ୍କ ଆମରଣ ଅନଶନ

ବାଲିଆପାଳ:  ବାଲିଆପାଳ ବ୍ଲକର ବିଡିଓ ବିନୋଦ ଚନ୍ଦ୍ର ପଣ୍ଡାଙ୍କ ବଦଳି ଦାବିରେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ସରପଂଚ ଓ ସମିତି ସଭ୍ୟ ମାନଙ୍କ ବ୍ଲକ ସମ୍ମୁଖରେ ଆମରଣ ଅନଶନ ପଞ୍ଚମ ଦିନରେ ପହଁଚିଛି ।ଗୁରୁବାର ରାତ୍ରିରେ ବ୍ଲକ ଉପାଧ୍ୟକ୍ଷ ତଥା ଚୌମୁଖ ପଞ୍ଚାୟତ ସମିତି ସଦସ୍ଯ ରାଜେଶ ଚୌଧୁରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ତାଙ୍କୁ ସ୍ଥାନିୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେ ଆଜି ଅନଶନ ସ୍ଥଳକୁ ଫେରିଛନ୍ତି। ଅନଶନକୁ ସମର୍ଥନ ଜଣାଇ ଆଜି ବାଲିଆପାଳ ବ୍ଲକ ସମ୍ମୁଖରେ ଏକ ସର୍ବଦଳୀୟ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।

ଏହି ପ୍ରତିବାଦ ସଭାରେ ବ୍ଲକର ବରିଷ୍ଠ କଂଗ୍ରେସ ନେତା ମଧୁପୁରା ପଞ୍ଚାୟତର ପୂର୍ବତନ ସରପଞ୍ଚ ମୂରଲୀ ମୋହନ ସାହୁ ସଭାପତିତ୍ବ କରିଥିଲେ। ପ୍ରତିବାଦ ସଭାରେ କଂଗ୍ରେସର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ, କଂଗ୍ରେସ ନେତା ବିଜନ ନାୟକ, ଭିଟାମାଟି ସୁରକ୍ଷା କମିଟିର ଆବାହକ କୃଷକ ନେତା ଅରୁଣ ଜେନା,ସାଂସଦଙ୍କ ପ୍ରତିନିଧି ବିଜେପି ନେତା ମହେଶ୍ୱର ଜେନା,ବିଜେପି ନେତା ଅରବିନ୍ଦ ବେହେରା, କଂଗ୍ରେସ ନେତା ରବିନାରାୟଣ ମହାନ୍ତି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭାରେ ବାଲିଆପାଳ ବ୍ଲକର ସମସ୍ତ ଦଳର ଦୁଇ ହଜାରରୁ ଉର୍ଦ୍ଧ୍ବ କର୍ମୀ ଓ ଜନସାଧାରଣ ଯୋଗଦେଇ ବିଡିଓ ବିନୋଦ ଚନ୍ଦ୍ର ପଣ୍ଡାଙ୍କ ବ୍ୟବହାର ବାଲିଆପାଳ ବାସୀଙ୍କୁ ବାରମ୍ବାର ଆଘାତ ଦେଉଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ଆଜିର ଏହି ପ୍ରତିବାଦ ସଭାରେ ବିଡିଓ ବିନୋଦ ଚନ୍ଦ୍ର ପଣ୍ଡାଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

- Advertisement -

ତେବେ ଆଜି ଅନଶନରେ ବସିଥିବା ଦେଉଳା ଗ୍ରାମପଞ୍ଚାୟତର ସରପଞ୍ଚ ସରୋଜ କୁମାର ପିଳା ଏବଂ ବଡାଶ ଗ୍ରାମପଞ୍ଚାୟତର ସମିତି ସଦସ୍ୟା ଲିପିକା ପାତ୍ର ଗୁରୁତର ଅସୁସ୍ଥ ହୋଇ ଅନଶନ ସ୍ଥଳରେ ଚିକିତ୍ସିତ ହେଉଛନ୍ତି। ଅନଶନରେ ବସିଥିବା ୪୨ଜଣ ସରପଞ୍ଚଓସମିତି ସଦସ୍ୟ ଆସନ୍ତା ମଙ୍ଗଳବାର ସୁଦ୍ଧା ପ୍ରଶାସନ ସେମାନଙ୍କ ଦାବି ପୂରଣ ନ କଲେ ସମୁହ ଇସ୍ତଫା ଦେବା ସହ ପଞ୍ଚାୟତର ସମସ୍ତ ଓ୍ବାର୍ଡ ସଦସ୍ୟ ମଧ୍ୟ ଇସ୍ତଫା ଦେବେ ବୋଲି ସୂଚନା ଦିଆଯାଇଛି।

Hot this week

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories