www.samajalive.in
Sunday, December 14, 2025
23.1 C
Bhubaneswar

୧୯୩୪ ସମାଜରେ ପ୍ରକାଶିତ ଖବର

ଧାନ ଭାଉ
ଉରାଡ଼,୧୦।୧।୩୪: ଏ ଅଞ୍ଚଳରେ ଧାନର ବଡ଼ ଅଭାବ। କିଛିଦିନ ତଳେ ଓଡ଼ିଶା ବନ୍ୟା ସାହାଯ୍ୟ କମିଟି ତରଫରୁ ଧାନ ଗୋଲା ଥିଲା। ତାହା ବନ୍ଦ ହେଲା ଦିନୁ ବେପାରୀମାନେ ଧାନ ଭାଉ ଖୁବ୍ କମ୍ ଦରରେ ବିକୁଛନ୍ତି। ସରକାର ତରଫରୁ ତ’ କାହିଁ କିଛି ସୁର ଶବ୍ଦ ନାହିଁ। ଶୀଘ୍ର ଏ ଅଞ୍ଚଳରେ ଧାନ ଗୋଲା ଖୋଲି ଧାନ ଯୋଗାଇବାର ବ୍ୟବସ୍ଥା କରିବା ଉଚିତ।
ଭୀଷଣ ମୃତ୍ୟୁଲୀଳା
କବାଟ କିଳି ଶୋଇବାର ପରିଣାମ
ଦିଲ୍ଲୀ, ୧୦।୧।୩୪: ଦିଲ୍ଲୀରେ ଆଜିକାଲି ଭୟଙ୍କର ଥଣ୍ଡା ପଡ଼ିଛି। ରାତିରେ ଘର ଭିତରେ ବିଛଣା ତଳେ ନିଆଁ ନ ରଖିଲେ ଶୋଇ ହେଉନାହିଁ। ଗତକାଲି ଗୋଟିଏ ପରିବାରର ଦୁଇଜଣ ସ୍ବାମୀ-ସ୍ତ୍ରୀ ଏବଂ ଝିଅଟିଏ, ଏପରି ୩ଜଣ ଗୋଟିଏ ଘରେ ଶେଯ ପାଖରେ ନିଆଁ ଉମେହୀ ରଖି କବାଟ କିଳି ଶୋଇଥିଲେ। ସକାଳୁ ଦେଖାଗଲା ଯେ ସ୍ତ୍ରୀ ମରିଯାଇଛି। ସ୍ବାମୀ ଏବଂ ଝିଅ ଅଚେତା ହୋଇପଡ଼ିଛନ୍ତି। ସକାଳେ ପଡ଼ିଶା ଘର ଲୋକ ଆସି ଡକାଡକି କରି ସେମାନଙ୍କର କୌଣସି ଶବ୍ଦ ନ ପାଇବାରୁ କବାଟ ଭାଙ୍ଗି ଦେଖିଲେ ଯେ ଏ ଭୀଷଣ କାଣ୍ଡ ଘଟିଛି। ସାଙ୍ଗେସାଙ୍ଗେ ସଦର ବଜାର ଥାନାକୁ ଖବର ଦିଆଗଲା।
ପାରଳାରେ ଲାଟସାହେବ
ପାରଳା, ୧୧।୧।୩୪:ମାନ୍ଦ୍ରାଜର ଲାଟସାହେବ ସାର୍ ଷ୍ଟାନଲି ଗତକାଲି ପାରଳାଖେମୁଣ୍ଡି କଲେଜ ପରିଦର୍ଶନ କରିଥିଲେ। ଆସନ୍ତା କାଲି ଶିକାର ଯିବେ ବୋଲି ପ୍ରକାଶ ପାଇଛି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories