www.samajalive.in
Saturday, December 13, 2025
15.1 C
Bhubaneswar

ଅଧିକାଂଶ ମ୍ୟାଚ୍‌ରେ ବେଞ୍ଚ୍‌ରେ ବସିବା ଯୋଗୁଁ ମାନସିକ ଚାପ-ବିଶ୍ରାମ ପାଇଁ ଛୁଟି ନେଇ ଦୁବାଇରେ ମଉଜ କଲେ କିଷନ୍‌

ନୂଆଦିଲ୍ଲୀ : ଯୁବ ଭାରତୀୟ ୱିକେଟ ରକ୍ଷକ ଈଶାନ୍ କିଷନ୍ ୨୦୨୩ ଆରମ୍ଭରୁ ଭାରତ ଖେଳିଥିବା ସମସ୍ତ ଫର୍ମାଟ କିମ୍ବା ସମସ୍ତ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ହେଲେ ଝାଡ଼ଖଣ୍ଡର ଏହି ୨୫ ବର୍ଷ ବୟସ୍କ କ୍ରିକେଟରଙ୍କୁ ସବୁ ମ୍ୟାଚ୍‌ ଖେଳିବାର ସୁଯୋଗ ମିଳିନଥିଲା। ତଥାପି ତାଙ୍କ ପ୍ରଦର୍ଶନ ଭଲ ରହିଥିଲା। ଦକ୍ଷିଣ ଆଫ୍ରିକା ଗସ୍ତ​‌ରେ ସୀମିତ ଓଭର ଶୃଙ୍ଖଳା ପାଇଁ ଈଶାନ୍‌ଙ୍କୁ ଦଳରେ ସ୍ଥାନ ମିଳିଥିଲା। ହେଲେ ତାଙ୍କ ସ୍ଥାନରେ ସଞ୍ଜୁ ସାମ୍‌ସନ୍ ଓ ଜିତେଶ ଶର୍ମାଙ୍କୁ ସୁଯୋଗ ମିଳିଥିଲା। ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳା ପାଇଁ ମଧ୍ୟ କିଷନ୍‌ଙ୍କୁ ଦଳରେ ରଖା ଯାଇଥିଲା। ହେଲେ ପରେ ଜଣା ପଡ଼ିଥିଲା ଯେ ଏହି ୨ଟି ଟେଷ୍ଟରେ କେ.ଏଲ୍‌. ରାହୁଲ ହିଁ ୱିକେଟ ରକ୍ଷଣ କରିବେ। ଏହା ଜାଣିବା ପରେ କିଷନ୍‌ ବିସିସିଆଇକୁ ଅନୁରୋଧ କରିଥିଲେ ଯେ ବର୍ଷ ସାରା ଭାରତୀୟ ଦଳ ସହ ରହି ଏବଂ ଅଧିକାଂଶ ମ୍ୟାଚ୍‌ରେ ବେଞ୍ଚ୍‌ରେ ବସିବା ଯୋଗୁଁ ସେ ମାନସିକ ଚାପ ଅନୁଭବ କରୁଛନ୍ତି। ପୁଣି ତାଙ୍କ ପରିବାରରେ କିଛି ଅସୁବିଧା ରହିଛି। ତେଣୁ ଟେଷ୍ଟ ଶୃଙ୍ଖଳାରୁ ତାଙ୍କୁ ଛୁଟି ଦିଆଯାଉ। କିଛିଦିନ ବିଶ୍ରାମ ନେବା ପରେ ସେ ଖେଳିବାକୁ ପ୍ରସ୍ତୁତ ହୋଇଯିବେ। ବିସିସିଆଇ ତାଙ୍କ ଅନୁରୋଧ ରକ୍ଷାକରି ଟେଷ୍ଟ ଦଳରୁ କିଷନ୍‌ଙ୍କୁ ଅବ୍ୟାହତି ଦେଇ ୨ୟ ୱିକେଟ ରକ୍ଷକ ଭାବେ କେ.ଏସ୍. ଭାରତଙ୍କୁ ସାମିଲ କରିଥିଲା। ହେଲେ କିଷନ୍ ଛୁଟି ପାଇବା ପରେ ପାଟନାସ୍ଥିତ ତାଙ୍କ ଘରକୁ ନ ଯାଇ ଦୁବାଇ ଚାଲି ଯାଇଥିଲେ। ସେଠାରେ ​‌େ​‌ସ ଖୁବ୍‌ ମଉଜ କରିବାର ରିପୋର୍ଟ ମିଳିଛି। ମିଛ କହି କିଷନ୍‌ ଛୁଟି ନେଇଥିବାରୁ ଆଫ୍‌ଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି୨୦ ଶୃଙ୍ଖଳା ପାଇଁ ତାଙ୍କୁ ଦଳରେ ସାମିଲ କରା ଯାଇନଥିବା କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ଏହାକୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଏହାକୁ ଖଣ୍ଡନ କରିଛନ୍ତି। ଜିତେଶ ଶର୍ମା ଓ ସଞ୍ଜୁ ସାମ୍‌ସନ ୱିକେଟ ରକ୍ଷକ ଭାବେ ଦଳରେ ଅଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories