www.samajalive.in
Wednesday, December 10, 2025
18.1 C
Bhubaneswar

ଶିକ୍ଷା ହିଁ ଆଲୋକର ମାର୍ଗଦର୍ଶିକା

ଘଣ୍ଟାପଡ଼ା: କଣ୍ଟାମାଳ ବ୍ଲକ ନୂଆପାଲି ଆଦିବାସୀ ଉଚ୍ଚ ବିଦ୍ୟାଳୟର ୩୪ତମ ବାର୍ଷିକୋତ୍ସବ ଗୁରୁବାର ବିଦ୍ୟାଳୟର ଜାଗୃତି ମଣ୍ଡପ ଠାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଳମ୍ବିତ ରାତିରେ ଉଦଯାପିତ ହୋଇଛି । ବୌଦ୍ଧ ଜିଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାମାଳ ବିଧାୟକ ମହୀଧର ରଣା ମୁଖ୍ୟଅତିଥି ଓ କଣ୍ଟାମାଳ ବିଡ଼ିଓ ସାମି ଜୟଶ୍ରୀ ରେଡ୍ଡୀ, ବିଦ୍ୟାଳୟ ପୂର୍ବତନ ସଭାପତି କରୁଣାକର ସାହୁ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟ ମହନ୍ତ, ପ୍ରଧାନଶିକ୍ଷକ ଅନନ୍ତ ଚରଣ କ୍ଷେତି ପ୍ରମୁଖ ସମ୍ମାନିତ ଅତିଥି ଓ ସାମ୍ବାଦିକ ଫୋରମ ସଭାପତି ଦିବ୍ୟଶଙ୍କର ରାଉତ ମୁଖ୍ୟବକ୍ତା ଭାବେ  ଯୋଗ ଦେଇଥିଲେ।

ବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ବିଦ୍ୟାଧର ଧରୁଆଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ପରେ ସ୍କୁଲ ଛାତ୍ରୀମାନଙ୍କ ସ୍ୱାଗତ ସଂଗୀତ ଗାନ କରିଥିଲେ ଏବଂ ଏହାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।  ସହକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବାର୍ଷିକ କ୍ରୀଡା, ବକୃତା, ସଂଗୀତ, କୁଇଜ, ରଚନା ଆଦି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

- Advertisement -

ସେହିପରି ବିଭିନ୍ନ ଉଚ୍ଚ ପଦବୀରେ ଥିବା ବିଦ୍ୟାଳୟର ପୁରାତନ ମେଧାବୀ ଛାତ୍ର ମାନଙ୍କୁ ସମ୍ମାନିତ କରାଯାଇଛି। ସଭା ଶେଷରେ ଶିକ୍ଷକ ଜବରସିଂ ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ସକାଳ ୧୦ଟାରେ ଉଦ୍ଘାଟନୀ ଉତ୍ସବରେ ବୌଦ୍ଧ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ମୁଖ୍ୟଅତିଥି, କଣ୍ଟାମାଳ ବିଇଓ ସନୋଜ ସେଠି ମୁଖ୍ୟବକ୍ତା ଓ ସମ୍ମାନୀତ ଅତିଥିଭାବେ କଣ୍ଟାମାଳ ବ୍ଲକ ଉପାଧ୍ୟକ୍ଷ ମହେନ୍ଦ୍ର ରଣା, ଜିଲ୍ଲାପରିଷଦ ସଭ୍ୟା ସୁମିତ୍ରା ସାହୁ, ଶିକ୍ଷାବିତ ନୀଳାଞ୍ଚଳ ଭୋଇ, ଗୁଡଭେଲା ବ୍ଲକ ବିଇଓ ଋଷିଆ ମେହେର, ସାମ୍ବାଦିକ ଜୟ କୁମାର ମହାରଣା, କୁଲୁତାଯୋର ସରପଞ୍ଚ ଚୁମିକି ଭୋଇ, ସ୍କୁଲ ପରିଚାଳନା କମିଟି ସଭାପତି ବିବତ୍ସ ଭୋଇ, ପ୍ରଧାନଶିକ୍ଷକ ଅନନ୍ତ ଚରଣ କ୍ଷେତି ପ୍ରମୁଖ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ଶିକ୍ଷକ ଭବାନୀ ଶଙ୍କର ପାଣିଗ୍ରାହୀ ଅତିଥି ପରିଚୟ ଓ ମୋ ସ୍କୁଲ ଅଭିଯାନ ସଭାପତି ପ୍ରେମରାଜ ରଣା ସଭା ପରିଚାଳନା କରିଥିଲେ।

ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରଙ୍ଗାରଙ୍ଗ ନାଚ ଗୀତ ସାନ୍ଧ୍ୟକାଳୀନ ଶୀତୁଆ ପରିବେଷକୁ ବେଶ ରଙ୍ଗୀନ ଓ ଉତ୍ସବ ମୁଖର କରିଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷକ ଜବରସିଂ ବନଛୋର ପରିଚାଳନା କରିଥିବା ବେଳେ ଶିକ୍ଷକ ଅନନ୍ତ କୁମାର ବେହେରା, ସୌଦାଗର ମାଝୀ, ହରିହର ପ୍ରସାଦ ବେଜ, ସନ୍ତୋଷ କୁମାର ସାହୁ ଏବଂ ଖେଳ ଶିକ୍ଷକ ଶଶୀଭୂଷଣ ପ୍ରଧାନ, କିରାଣୀ ପ୍ରମେରାଜ ରଣା କର୍ମଚାରୀ ଗୁରୁବାରୁ ଭୋଇ, ରାଧାକାନ୍ତ ରଣା, ତରଣୀ ରଣା ଆଦି ସହଯୋଗ କରିଥିଲେ।  ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର, ଅଭିଭାବକ/ଅଭିଭାବିକା ତଥା ଆଖପାଖ ଅଂଚଳର ସ୍ଥାନୀୟ ଅଧିବାସୀ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories