Patra electronics

ରାଜ୍ୟପାଇଁ ଗୌରବ, ଦୃଷ୍ଟିହୀନ ମହିଳା ଟି୨୦ କ୍ରିକେଟ୍‌ : ସେମିରେ ଓଡ଼ିଶା

କଟକ : ବେଙ୍ଗାଲୁରୁରେ ଖେଳାଯାଇଥିବା ଦୃଷ୍ଟିହୀନ ମହିଳା ଜାତୀୟ ଟି୨୦ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛି ଓଡ଼ିଶା। ଲିଗ୍‌ ପର୍ଯ୍ୟାୟରେ ଓଡ଼ିଶା କ୍ରମାଗତ ୩ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ଅନ୍ତିମ ଲିଗ୍‌ ମ୍ୟାଚ୍‌ ବୁଧବାର ମଧ୍ୟପ୍ରଦେଶ ବିପକ୍ଷରେ ଖେଳିଥିଲା। ପ୍ରଥମେ ବ୍ୟାଟିଂ ମଧ୍ୟପ୍ରଦେଶ ଦଳ ୧୫ ଓଭରରେ ୧୦୪ ରନ୍‌ କରି ଅଲଆଉଟ୍‌ ହୋଇଥିଲା। ଓଡ଼ିଶା ତରଫରୁ ରଚନା ଜେନା ୨ଟି, ଫୁଲ ସୋରେନ, ପାର୍ବତୀ ଓ ଜମୁନା ରାଣୀ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।
ଜବାବରେ ଓଡ଼ିଶା ଦଳ ୧୨.୩ ଓଭରରେ କୌଣସି ୱିକେଟ୍‌ ନ ହରାଇ ୧୦୫ ରନ୍‌ କରି ବିଜୟୀ ହେବା ସହ ସେମିଫାଇନାଲରେ ପ୍ରବେଶ କରିଥିଲା। ଓଡ଼ିଶା ତରଫରୁ ଝିଲି ୫୯ ଓ ରଚନା ୩୯ ରନ୍‌ କରିଥିଲେ। ଝିଲି ପ୍ଲେୟାର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଗୁରୁବାର ପ୍ରଥମ ସେମିଫାଇନାଲରେ ଓଡ଼ିଶାର ମୁକାବିଲା ଆନ୍ଧ୍ରପ୍ରଦେଶ ସହ ହେବ। ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ କର୍ଣ୍ଣାଟକ ଓ ଦିଲ୍ଲୀ ମଧ୍ୟରେ ଖେଳାଯିବ।

Comments are closed.