www.samajalive.in
Thursday, December 11, 2025
18.1 C
Bhubaneswar

ଲଞ୍ଚ୍ ହେଲା ‘ସିମ୍ବା’ର ପ୍ରଥମ ଗୀତ

ଦୀପିକା ପାଦୁକନଙ୍କ ବିବାହ ପରେ ରଣବୀର ସିଂହ ପୁଣି ବକ୍ସ ଅଫିସରେ ଧମାଲ କରିବାକୁ ପ୍ରସ୍ତୁତି ହୋଇଛନ୍ତି । ରଣବୀର ଆଗାମୀ ଫିଲ୍ମ ‘ସିମ୍ବା’ ୨୦୧୮ ଡିସେମ୍ବର ଶେଷରେ ରିଲିଜ ହେବ । ବିବାହ ପରେ ରଣବୀରଙ୍କ ଏହା ହେଉଛି ପ୍ରଥମ ଫିଲ୍ମ । କିଛି ଦିନ ପୂର୍ବରୁ ‘ସିମ୍ବା’ ର ଟ୍ରେଲର ରିଲିଜ ହୋଇଥିବା ବେଳେ ଏବେ ଏହି ଫିଲ୍ମର ପ୍ରଥମ ଗୀତ ଲଞ୍ଚ୍ ହୋଇଛି ।

‘ସିମ୍ବା’ ପ୍ରଥମ ଗୀତ ଡାନ୍ସ ସଙ୍ଗ୍ ରହିଛି । ଏଥିରେ ସାରା ଅଲ୍ଲୀ ଖାନ୍ ଏବଂ ରଣବୀର ସିଂହ ଧମାକଦାର ଡାନ୍ସ କରୁଥିବା ନଜର ଆସିଛନ୍ତି । ଗୀତର ଆରମ୍ଭରେ କରଣ ଜୋହରଙ୍କୁ ଏବଂ ଗୀତ ମଝିରେ ‘ଗୋଲମାଲ୍’ ର କଳାକାରଙ୍କୁ ଦେଖିବାକୁ ମିଳିଛି । ତୁଷାର କାପୁର, ଶ୍ରୀୟାସ ତଲପଡେ ଏବଂ କୁନାଲ ଖେମୁ ଏହି ଗୀତରେ ଡାନ୍ସ କରୁଥିବା ନଜର ଆସିଛନ୍ତି । ଏତତ୍ ବ୍ୟତିତ ଅରଶଦ ୱାର୍ସିଙ୍କୁ ଗୀତ ଶେଷରେ ଦେଖିବାକୁ ମିଳିଛି ।

- Advertisement -

ପ୍ରକାଶ ଯେ, ୧୯୯୬ ମସିହାର ମୁକ୍ତିଲାଭ କରିଥିବା ‘‘ତେରେ ମେରେ ସପନେ’’ ଚଳଚ୍ଚିତ୍ରର ‘ଆଖ୍ ମାରେ’ ହିଟ୍ ଗୀତର ଏହା ହେଉଛି ରିମେକ । ଏଥିରେ ଅରଶଦ ୱାର୍ସି ଓ ପ୍ରିୟା ଗିଲ ଅଭିନୟ କରିଥିଲେ । କୃଷ୍ଣମୂର୍ତ୍ତି ଏବଂ କୁମାର ସାନୁ ଏହି ଗୀତରେ କଣ୍ଠଦାନ କରିଥିଲେ ।

ଏହାର ରିମେକରେ କୁମାର ସାନୁ, ନେହା କକ୍କଡ ଓ ମୀକା ସିଂହ କଣ୍ଠଦାନ କରିଛନ୍ତି । ଏହି ଗୀତଟିକୁ ଶବୀର ଅହମଦ ଲେଖିଥିବା ବେଳେ ଏହାର ସଙ୍ଗୀତ ନିଦେର୍ଶନ ତନିଷ୍କ ବଗାଚୀ ଦେଇଛନ୍ତି ।

ଏହି ଫିଲ୍ମୀରେ ରଣବୀର ସିଂହ ପୁଲିସ ଭୂମିକାରେ ଅଭିନୟ କରିଥିବା ବେଳେ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ସାରା ଅଲ୍ଲୀ ଖାଁ । ସାରା କେଦାରନାଥ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରୁଛନ୍ତି । ଏଥିରେ ଅଜୟ ଦେବଗନ୍ ସ୍ବଳ୍ପ ସମୟ ପାଇଁ ନଜର ଆସିବେ ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories