www.samajalive.in
Monday, December 8, 2025
24.1 C
Bhubaneswar

୧୨ ଜାନୁଆରୀ, ୧୯୩୪- ସମାଜରେ ପ୍ରକାଶିତ ଖବର

ହଠାତ୍ ମୃତ୍ୟୁ
ପ୍ରାର୍ଥନା କରୁକରୁ ପ୍ରାଣଗଲା
ବନାରସ, ୯।୧।୩୪: ବନାରସର ମହାରାଜାଙ୍କ ଘରୋଇ ସେକ୍ରେଟାରୀ ରାୟ ବାହାଦୂର ଲଳିତ ବିହାରୀ ସେନ୍‌ ରାୟଙ୍କ ସହଧର୍ମିଣୀଙ୍କର ମଜାପୁର ପାଖ ଘରଠାରେ ଗତ ୩ତାରିଖଦିନ ହଠାତ୍ ପରଲୋକ ହୋଇଯାଇଛି। ପ୍ରକାଶ ଯେ ସେ ସକାଳୁ ଉଠି ଭାଗବତ ପ୍ରାର୍ଥନା କରୁଥିଲେ। ହଠାତ୍ ତାଙ୍କର ହୃତ୍‌‌ପିଣ୍ଡ କ୍ରିୟା ବନ୍ଦ ହୋଇ ଯାଇ ପ୍ରାଣ ବାହାରିଗଲା।
ଘର ଚାକର ମାଇଲେ?
ପେଶବାର, ୯।୧।୩୪: ଏଠାରେ ଆଉ ଏକ ସମ୍ବାଦ ଅାସି ପହଞ୍ଚିଛି ଯେ ରାଜା ନାଦୀରସାହା ରାଜପ୍ରସାଦର ଉଆସ ବାହାରକୁ ବେଳକୁ ତାଙ୍କର ଚାକରମାନେ ତାଙ୍କୁ ଗୁଳି କଲେ। ତିନିଟା ଗୁଳି ମାରି ତାଙ୍କୁ ପରେ ଛୁରାରେ ଭୁଷି ପକାଇଲେ। ଆଫଗାନା ଓ ପାହାଡ଼ିଆ ଲୋକଙ୍କ ଭିତରେ ଏ ଖବର ବ୍ୟାପିଗଲା। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଗୋଳମାଳ ହୋଇନାହିଁ। ଆଫଗାନ୍‌ ପ୍ରଧାନମନ୍ତ୍ରୀ ହାସମ୍ ଖାଁ ଆଫଗାନିସ୍ତାନ ଉତ୍ତରପଟେ ବୁଲି ଏବେ ଅବସ୍ଥା ଜଗିଛନ୍ତି।
ନୋବେଲ୍ ପୁରସ୍କାର
ରୁଷ୍ କବି ପାଇଲେ
ଷ୍ଟକ୍‌ହମ୍,୧୦।୧।୩୪:ସାହିତ୍ୟ ପାଇଁ ୧୯୩୩ରେ ଯେଉଁ ନୋବେଲ ପୁରସ୍କାର ଦିଆଯିବାର କଥା, ସେ ପୁରସ୍କାର ରୁଷ୍‌ର ବୃଦ୍ଧ କବି ଏମ୍.ଇଭନ୍ ବୁନିନ୍ ପାଇଲେ। ତାଙ୍କର ବୟସ ୬୩ ବର୍ଷ। ବିଶ୍ବ କବି ରବୀନ୍ଦ୍ର ନାଥ ଠାକୁର ଏଇ ପୁରସ୍କାର ପାଇଥିଲେ। ପୁରସ୍କାର ମୂଲ୍ୟ ୮ହଜାର ପାଉଣ୍ଡ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories