ଏବେ ଭୁବନେଶ୍ୱର -କଟକରେ ଅପରାଧୀଙ୍କୁ ଚିହ୍ନଟ କରିବ ଗୁଗଲ

ଦ୍ବୈତନଗରୀ ହେବ ଅପରାଧମୁକ୍ତ
ଭୁବନେଶ୍ବର : ରାଜଧାନୀରେ ଅପରାଧୀଙ୍କ ଉତ୍ପାତ ସହରବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ଅପରାଧୀଙ୍କୁ ଧରିବା ପୁଲିସ ପାଇଁ ଚାଲେଞ୍ଜ ହୋଇଛି। ଅପରାଧ ନିୟନ୍ତ୍ରଣ ଓ ଅପରାଧୀ ଦମନ ପାଇଁ କମିସନରେଟ ପୁଲିସ ବୈଷୟିକ ଜ୍ଞାନ କୌଶଳକୁ ଆପଣାଇଛି। ଏଣିକି ଅପରାଧୀଙ୍କୁ ଚିହ୍ନଟ କରିବ ଗୁଗଲ। କୌଣସି ଅପରାଧ ଘଟିବା ପୂର୍ବରୁ ଗୁଗଲ ମ୍ୟାପିଙ୍ଗ୍ ୟୁନିଫାଏଡ଼ କମାଣ୍ଡ କଣ୍ଟ୍ରୋଲ ସିଷ୍ଟମକୁ ଜଣାଇଦେବ। ଅପରାଧି ଆସିବା ମାତ୍ରେ ନିୟନ୍ତ୍ରଣ କକ୍ଷରେ ସାଇରନ ବାଜିବ। ଯାହାଫଳରେ ତତ୍‌କ୍ଷଣାତ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପାରିବ। ପ୍ରଥମ ପର୍ଯ୍ୟାୟରେ ଛିନ୍‌ତାଇ ଓ ଲୁଟ୍‌ ମାମଲାକୁ ପ୍ରାଧାନ୍ୟ ଦିଆଯିବ ବୋଲି ପୁଲିସ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। କଟକ-ଭୁବନେଶ୍ୱରରେ ଅପରାଧ ନିୟନ୍ତ୍ରଣ ପାଇଁ ଗୁଗଲ ମ୍ୟାପିଙ୍ଗ ଜରିଆରେ କାମ କରିବ କମିସନରେଟ ପୁଲିସ।

ପଢନ୍ତୁ ଏହି ଅଭ୍ୟାସ ଆପଣାଇଲେ ହେବେ ଦୀର୍ଘାୟୁ : ପାଖ ମାଡିବନି ରୋଗ..

ବାରମ୍ବାର ଅପରାଧ ଘଟୁଥିବା ସ୍ଥାନଗୁଡ଼ିକୁ ମ୍ୟାପିଂ କରାଯିବ। ସେ ସବୁ ସ୍ଥାନରେ କୌଣସି ଅପରାଧୀଙ୍କ କାର୍ଯ୍ୟକଳାପ ହେଲେ ପୁଲିସ ନିୟନ୍ତ୍ରଣ କକ୍ଷକୁ ଖବର ଆସିବ। ଯାହାଫଳରେ ଅପରାଧୀଙ୍କୁ ଧରିବା ପୁଲିସ ପାଇଁ ସହଜ ହେବ। ୟୁନିଫାଏଡ଼ କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ ଜରିଆରେ କଟକ-ଭୁବନେଶ୍ୱରରେ ପୁଲିସ କଣ୍ଟ୍ରୋଲ କରିବ। ନୂଆ ନୂଆ ଡିଭାଇସ ଜରିଆରେ ସିସିଟିଭି କ୍ୟାମେରା ଲାଗିବ। ଯଦି କୌଣସି ସମୟରେ ଅପରାଧିକ କାର୍ଯ୍ୟକଳାପ ଦେଖିବାକୁ ମିଳେ ତେବେ ଏହି ଡିଭାଇସ ନିୟନ୍ତ୍ରଣ କକ୍ଷକୁ ଅବଗତ କରିବ। ଏହି ଜ୍ଞାନ କୌଶଳକୁ ବ୍ୟବହାର କରି ଅପରାଧୀଙ୍କୁ ନିୟନ୍ତ୍ରଣ କରିବ ସେନେଇ ବୁଧବାର ପୁଲିସ ସେବା ଭବନରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏଥିରେ କମିସନରେଟ ପୁଲିସର ଦକ୍ଷ ଅଧିକାରୀମାନଙ୍କୁ ଏ ଦିଗରେ ଅବଗତ କରାଯାଇଛି। ଆଇଟି ଏକ୍ସପର୍ଟ ଦଳ ଜରିଆରେ ଏହାର ଡେମୋ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା।
ଗୁଗଲ ମ୍ୟାପିଂ ତଦନ୍ତରେ କିପରି ସହଯୋଗ କରିବ ସେ ଦିଗରେ ଅଧିକାରୀଙ୍କୁ ତାଲିମ ଦିଆଯାଇଛି। ଏହାସହ ରାଜ୍ୟ ବାହାର ଅପରାଧୀ ଓ କାରାଗାର ଫେରନ୍ତା ଅପରାଧୀଙ୍କ ଉପରେ ଅଧିକ ଗୁରୁତ୍ଵ ଦିଆଯିବ। ଯାହାଦ୍ୱାରା କେତେବେଳେ କିଏ କେଉଁ ଅଞ୍ଚଳରେ ଅଛନ୍ତି, ତାହା ଜାଣିବା ପାଇଁ ପୁଲିସକୁ ସହଜ ହେବ। ସୂଚନାଯୋଗ୍ୟ, ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏବେ ୫୯୩ ଓ କଟକରେ ୩୯୨ ସିସି କ୍ୟାମେରା ଲଗାଯାଇଛି। ଏସବୁ କ୍ୟାମେରାକୁ ଗୋଟିଏ ସ୍ଥାନରେ ନିୟନ୍ତ୍ରଣ କରାଯାଉଛି। ଏହାସହ ସହଭାଗିତା ଜରିଆରେ ବେସରକାରୀ ଭାବେ ପୁଲିସ ନିୟନ୍ତ୍ରଣ କକ୍ଷ ସହ ଆଉ ୩୦୦ କ୍ୟାମେରା ଯୋଡ଼ି ହେବାକୁ ଯାଉଛି ବୋଲି ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି।
ଅପରାଧୀଙ୍କୁ ଚିହ୍ନଟ…

Comments are closed.