www.samajalive.in
Saturday, December 13, 2025
26.1 C
Bhubaneswar

ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ

କେନ୍ଦ୍ରାପଡା: ଭିତରକନିକା ରେଞ୍ଜରେ କୁମ୍ଭୀର ଗଣନା ବୁଧବାର ଠାରୁ ଆରମ୍ଭ ହୋଇଛି। ଗହିରମଥା, ଭିତରକନିକା, ରାଜନଗର ଓ ମହାକାଳପଡାରେ ଗଣନା କାର୍ଯ୍ୟ ହେଉଥିବାରୁ ଏଥିରେ ୨୨ଟି ଦଳ ସାମିଲ ହୋଇଛନ୍ତି। ଆଗାମି ୩ ଦିନ ଧରି କୁମ୍ଭୀର ଗଣନା କାର୍ଯ୍ୟ ଚାଲିବ। ସେହିପରି ରାଜ୍ୟର ବିଭିନ୍ନ ବନାଞ୍ଚଳରେ ପକ୍ଷୀ ଗଣନା ଜାରି ରହିଛି। ବୁଧବାର ସକାଳୁ ବଣାଇ ଫରେଷ୍ଟ ଡିଭିଜନରେ ୭ଟି ରେଞ୍ଜର ୩୧ଟି ସ୍ଥାନରେ ପକ୍ଷୀ ଗଣନା କରାଯାଉଛି। ସେହିପରି ପୁରୀ ଜିଲ୍ଲା ଅସ୍ତରଙ୍ଗରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଅସ୍ତରଙ୍ଗରେ ଦେଶୀ, ବିଦେଶୀ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories