www.samajalive.in
Saturday, December 13, 2025
21.1 C
Bhubaneswar

ପୁଣି ରେଳ ଦୁର୍ଘଟଣା: ଚାର୍‌ମିନାର ଏକ୍ସପ୍ରେସ ଲାଇନଚ୍ୟୁତ, ୫ ଆହତ

ହାଇଦରାବାଦ: ଗତ କିଛି ମାସ ହେବ ଲଗାତର ଭାବେ ହେଉଥିବା ରେଳ ଦୁର୍ଘଟଣା ଭାରତୀୟ ରେଳବାଇର ଚିନ୍ତା ବଢାଇ ଦେଇଛି। ରେଳ ଦୁର୍ଘଟଣାକୁ ରୋକିବା ପାଇଁ କିଛି ଦିନ ପୂର୍ବରୁ ରେଳବାଇ ପକ୍ଷରୁ କବଚ ସୁରକ୍ଷା ବ୍ୟବସ୍ଥା ପରୀକ୍ଷଣ କରାଯାଇଥିଲା। ଇତି ମଧ୍ୟରେ ପୁଣି ବୁଧବାର ସକାଳ ୯ ଟାରେ ତେଲଙ୍ଗାନାର ନାମପଲ୍ଲୀ ରେଳ ଷ୍ଟେସନରେ ଚାର୍‌ମିନାର ଏକ୍ସପ୍ରେସର ତିନୋଟି ବଗି ଲାଇନଚ୍ୟୁତ ହୋଇଛି। ଏଥିରେ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି।

ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ସିପିଆରଓ ରାକେଶ କହିଛନ୍ତି ଯେ, ଏହି ଦୁର୍ଘଟଣା ସକାଳ ପ୍ରାୟ ୯ଟା ସମୟରେ ଘଟିଛି। ଏହି ରେଳ ଷ୍ଟେସନ୍ ହେଉଛି ଏକ ଟର୍ମିନାଲ୍ ଷ୍ଟେସନ୍, ଯେଉଁଠାରେ ଟ୍ରେନ୍ ଅଟକିଥାଏ। ଟ୍ରେନ୍ ଯେଉଁଠାରେ ଅଟକିବା କଥା ସେଠାରେ ନ ଅଟକି ଆଗକୁ ପଳାଇଥିଲା। ଏହି କାରଣରୁ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଥିଲା। ଫଳରେ ଟ୍ରେନ ଦ୍ୱାର ନିକଟରେ ଠିଆ ହୋଇଥିବା ପ୍ରାୟ ୫ ଜଣ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ରେଲୱେ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କ ଚିକିତ୍ସା କରାଯାଉଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories