www.samajalive.in
Tuesday, December 9, 2025
16.1 C
Bhubaneswar

ପାଦରେ ସୁନାର ଗହଣା ପିନ୍ଧିବା ବର୍ଜନୀୟ

ହିନ୍ଦୁ ଧର୍ମରେ ଅନେକ ମାନ୍ୟତା ପ୍ରଚଳିତ। ସେହି ମାନ୍ୟତା ଅନୁଯାୟୀ, ମହିଳାଙ୍କୁ ନିଜ ଗୋଡରେ ସୁନାର ଗହଣା ପିନ୍ଧିବାକୁ ବାରଣ କରାଯାଇଛି। ଏପରି କରିବାର ଏକ କାରଣ ରହିଛି। ପୌରାଣିକ ମାନ୍ୟତା ଅନୁଯାୟୀ, ଭଗବାନ ବିଷ୍ଣୁଙ୍କୁ ସୁନା ଅତ୍ୟନ୍ତ ପସନ୍ଦ। କୁହାଯାଇଛି ସୁନା ପିନ୍ଧିବା ଦ୍ବାରା ଭଗବାନ ବିଷ୍ଣୁ ସର୍ବଦା ପ୍ରସନ୍ନ ରହିଥାଆନ୍ତି। ଏପରି କରିବା ଦ୍ବାରା ସେ ଭକ୍ତଙ୍କର ସମସ୍ତ ସମସ୍ୟା ଦୂର କରିଥାଆନ୍ତି। କିନ୍ତୁ ସୁନାକୁ କେବେ ବି ଭୁଲରେ ନାଭି ତଳକୁ ଧାରଣ କରନ୍ତୁ ନାହିଁ। ଏହାଦ୍ବାରା ଭଗବାନ ବିଷ୍ଣୁ କ୍ରୋଧିତ ହୋଇ ଥାଆନ୍ତି। କୁହାଯାଇଛି ଯେ, ଭଗବାନ ବିଷ୍ଣୁଙ୍କର ଅପମାନ ହୋଇଥାଏ। ଏହାସହ ବ୍ୟକ୍ତିଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।

ହଳଦିଆ ରଙ୍ଗ ମା’ ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ। ସୁନାର ରଙ୍ଗ ହଳଦିଆ। ତେଣୁ ସୁନା ସହ ମା’ ଲକ୍ଷ୍ମୀଙ୍କ ସମ୍ବନ୍ଧ ରହିଛି। ମା’ ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ। ତାଙ୍କ କୃପା ଦ୍ବାରା ବ୍ୟକ୍ତିଙ୍କ ଜୀବନରେ ଧନ ପ୍ରାପ୍ତି ହୋଇଥାଏ। ତେଣୁ ସୁନାକୁ ନାଭି ତଳକୁ ଧାରଣ କରନ୍ତୁ ନାହିଁ। ଏହାଦ୍ବାରା ମା’ ଲକ୍ଷ୍ମୀଙ୍କ କ୍ରୋଧର ଶିକାର ହେବାକୁ ପଡିଥାଏ। ବ୍ୟକ୍ତିଙ୍କୁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।

- Advertisement -

କୁହାଯାଇଛି ଯେ, ପାଦରେ ଚାନ୍ଦିର ଗହଣା ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ। ଚାନ୍ଦି ଶୀତଳତା ପ୍ରଦାନ କରିଥାଏ। ମନୁଷ୍ୟ ଚାନ୍ଦି ଧାରଣ କରିବା ଦ୍ବାରା ମାନସିକ ରୂପେ ଶାନ୍ତି ପାଇଥାଏ। ଏହାସହ କ୍ରୋଧ ଉପରେ ନିୟନ୍ତ୍ରଣ ରହିଥାଏ। ଚାନ୍ଦି ଗହଣା ଧାରଣ କରିବା ଦ୍ବାରା ବ୍ୟକ୍ତିଙ୍କ ଯାତକରେ ଚନ୍ଦ୍ରଙ୍କ ସ୍ଥାନ ମଜଭୂତ ହୋଇଥାଏ। ସେହି ବ୍ୟକ୍ତିଙ୍କୁ ଜୀବନରେ ସମସ୍ତ ସୁଖସୁବିଧା ମିଳିଥାଏ।

 

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories