www.samajalive.in
Sunday, December 7, 2025
23.1 C
Bhubaneswar

ଜାଣନ୍ତୁ କାହିଁକି ଅମିତ ଶାହାଙ୍କୁ ଭେଟିଲେ ବିଜେଡି ସାଂସଦ ଭର୍ତୃହରି ମହତାବ

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ବିଜେଡିର ବରିଷ୍ଠ ନେତା ତଥା କଟକ ସାଂସଦ ଭର୍ତୃହରି ମହତାବ। ନୂଆଦିଲ୍ଲୀ ସ୍ଥିତ ଅମିତ ଶାହାଙ୍କ ବାସଭବନରେ ଏହି ଭେଟଘାଟ ହୋଇଥିଲା। କେନ୍ଦ୍ର ସରକାରଙ୍କ ସରକାରୀ ଭାଷାନୀତି ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ଉଭୟ ନେତା ସରକାରୀ ଭାଷା ସମିତିର ସଦସ୍ୟ ରହିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା ସଂସଦୀୟ ସରକାରୀ ଭାଷା ସମିତିର ଅଧ୍ୟକ୍ଷ ଥିବା ବେଳେ ଭର୍ତୃହରି ମହତାବ ଉପାଧ୍ୟକ୍ଷ ରହିଛନ୍ତି। ବିଭିନ୍ନ ରାଜ୍ୟର ଲୋକେ ପରସ୍ପର ସହ ଇଂରାଜୀ ବଦଳରେ ହିନ୍ଦୀରେ ବାର୍ତ୍ତାଳାପ କରନ୍ତୁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମତକୁ ଓଡ଼ିଶାରେ ମୁଖ୍ୟତଃ ସ୍ୱାଗତ କରାଯାଇଛି।

ସଂସଦୀୟ ସରକାରୀ ଭାଷାର ବୈଠକରେ ଅଧ୍ୟକ୍ଷତା କରୁଥିବା ଗୃହମନ୍ତ୍ରୀ କହିଥିଲେ ଯେ ହିନ୍ଦୀ ଭାଷାକୁ ସ୍ଥାନୀୟ ଭାଷା ନୁହେଁ ବରଂ ଇଂରାଜୀ ଭାଷାର ବିକଳ୍ପ ଭାବେ ଗ୍ରହଣ କରାଯିବା ଉଚିତ। ଶାହାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେଡିର ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯେ ସ୍ୱାଧୀନତା ପୂର୍ବରୁ ହିନ୍ଦୀ ସବୁବେଳେ ଏକ ମହାନ ଐକ୍ୟଦୂତ ହୋଇ ରହିଆସିଛି। ଏବଂ ଏହା ଦେଶ ଭିତରେ ବିକଶିତ ହେବା ଆବଶ୍ୟକ। ଏପଟେ ଦୁଇ ନେତାଙ୍କ ସାକ୍ଷାତକାରକୁ ନେଇ ଓଡ଼ିଶା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories