www.samajalive.in
Thursday, December 11, 2025
16.1 C
Bhubaneswar

ବିଡିଓଙ୍କ ବଦଳି ଦାବିରେ ଆମରଣ ଅନଶନ: ଅସୁସ୍ଥ ହେଲେ ସମିତି ସଦସ୍ୟ

ବାଲେଶ୍ବର : ବାଲେଶ୍ବର ଜିଲ୍ଳା ବାଲିଆପାଳ ବ୍ଲକ ସମ୍ମୁଖରେ ବିଡିଓଙ୍କ ବଦଳି ଦାବିରେ ଆମରଣ ଅନଶନ କରାଯାଇଛି। ବିଡିଓ ବିନୋଦ ଚନ୍ଦ୍ର ପଣ୍ତା ବ୍ଲକର ନିର୍ବାଚିତ ଜନପ୍ରତିନିଧୀମାନଙ୍କୁ ଦୁର୍ବ୍ୟବହାର କରିବା ସହିତ ମନଇଚ୍ଛା କାର୍ଯ୍ୟ କରୁଥିବା ନେଇ ବ୍ଲକର ପିଆରଆଇ ମେମ୍ବର ସଂଘର କର୍ମଚାରୀ ମାନେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ଏ ନେଇ ଗତ ଡିସେମ୍ବର ୨୦ ଓ ୨୧ ତାରିଖରେ ମଧ୍ୟ ଆମରଣ ଅନଶନ କରାଯାଇଥିଲା।

୧୫ ଦିନ ମଧ୍ୟରେ ବିଡିଓଙ୍କ ବଦଳି ନେଇ ବାଲେଶ୍ବର ଅତିରିକ୍ତ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ହେଲେ କିଛି ସୁଫଳ ମିଳିନଥିଲା। ଫଳରେ  ବାଧ୍ୟ ହୋଇ ପୁର୍ନବାର ପିଆରଆଇ ସଂଘ ପକ୍ଷରୁ ଦ୍ବିତୀୟଥର ପାଇଁ ଏହି ଆମରଣ ଅନଶନ ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଁଞ୍ଚିନାହାନ୍ତି।

- Advertisement -

ସେପଟେ ଅନଶନରେ ବସିଥିବା ଜମ୍ବୁରାଇ ଗ୍ରାମପଞ୍ଚାୟତର ସମିତି ସଦସ୍ୟ ସୁଦର୍ଶନ ପଣ୍ଡିତଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories