www.samajalive.in
Sunday, December 14, 2025
23.1 C
Bhubaneswar

ଏମିତି ବି ଆସେ ମୃତ୍ୟୁ! ଠିଆ ହୋଇଥିଲେ, ଟଳିପଡ଼ିଲେ

ଲାଞ୍ଜିଗଡ଼: ଦାଣ୍ଡ ଦୂଆରେ ଠିଆ ହୋଇଥିଲେ, ହଠାତ୍ ଟଳିପଡ଼ିଲେ। ପାଖପଡ଼ିଶା ଲୋକେ ଦଉଡ଼ି ଆସି ଡାକ୍ତରଖାନା ନେଲେ। ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଦେଲେ। ଏପରି ଏକ ଅଭାବନୀୟ ଘଟଣା ଲାଞ୍ଜିଗଡ଼ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସହରର ରାମଚନ୍ଦ୍ର ପୁଝାରୀଙ୍କ କଲେଜ ପଢ଼ୁଆ ପୁଅ ଶରତ ପୁଝାରୀ(୧୯)ଙ୍କ କ୍ଷେତ୍ରରେ ଘଟିଛି ଏହି ଘଟଣା। ମଙ୍ଗଳବାର ଦିନ ୧୦ଟା ସମୟରେ ନିଜ ଘର ଦୂଆର ମୁହଁରେ ଠିଆ ହୋଇଥିବାବେଳେ ଶରତ ହଠାତ୍ ତଳେ ପଡ଼ିଯାଇଥିଲେ। ସେ ପଡ଼ିଯିବା ଦେଖି ପରିବାର ଓ ପାଖପଡ଼ୋଶୀ ଲୋକେ ତାଙ୍କୁ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଆମ୍ବୁଲାନ୍ସ ଯୋଗେ ମୃତଦେହ ଘରକୁ ଅଣାଯିବା ପରେ କାନ୍ଦବୋବାଳିରେ ଘର ଫାଟିପଡ଼ୁଛି। ଭେଣ୍ଡିଆ ପୁଅର ଆକସ୍ମିକ ବିୟୋଗରେ ପରିବାର ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି। ଲାଞ୍ଜିଗଡ଼ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବାବେଳେ ଅତ୍ୟନ୍ତ ଶୋକାକୂଳ ପରିବେଶରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି।

ଶରତଙ୍କ ବିୟୋଗରେ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ, କଳାହାଣ୍ଡି ପାଇକ ସମାଜର କୁଳାଧ୍ୟକ୍ଷ ଚନ୍ଦ୍ରଧ୍ବଜ ପେସନିଆ, ଆଞ୍ଚଳିକ ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀଧର ପେସନିଆ, ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା, ଯୁବନେତା ହିମାଦ୍ରୀ ପେସନିଆ, ଶିଶିର ପୁଝାରୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories