www.samajalive.in
Saturday, December 6, 2025
16.1 C
Bhubaneswar

ଏମିତି ଥିଲା ଲେନ୍ସକାର୍ଟ କମ୍ପାନୀ ସିଇଓଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ

ନୂଆଦିଲ୍ଲୀ : କୁହାଯାଏ ସଫଳତା ପାଇବାକୁ ହେଲେ ଆମକୁ ଅନେକ ଉତଥାନ ପତନ ଦେଇ ଗତି କରିବାକୁ ପଡେ । ଆଉ ଯେଉଁମାନେ ସେହି କଠିନ ସମୟକୁ ଧୈର୍ଯ୍ୟ ସହକାରେ ସାମ୍ନା କରନ୍ତି , ସେମାନେ ସଫଳତାର ଶୀର୍ସେଷରେ ପହଁଞ୍ଚନ୍ତି।  ସେଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଲେନ୍ସକାର୍ଟ କମ୍ପାନୀର ପ୍ରତିଷ୍ଠାତା ପୀୟୁଷ ବନସଲ। ଆଜି ତାଙ୍କର ଏହି  ସଫଳତା ପଛରେ ରହିଛି ଅନେକ ସଂଘର୍ଷପୂର୍ଣ୍ଣ କାହାଣୀ। ଦିନେ ପୀୟୁଷ ବ୍ୟବସାୟ କରିବା ଲାଗି ମାଇକ୍ରୋସଫ୍ଟ କମ୍ପାନୀରୁ ଚାକିରୀ ଛାଡିଥିଲେ । ଯେଉଁଥିରୁ ତାଙ୍କୁ ଅଧିକ ବେତନ ମିଳୁଥିଲା। କିନ୍ତୁ ପୀୟୁଷଙ୍କର ଇଚ୍ଛା କିଛି ଅଲଗା ଥିଲା।

୨୦୦୭ ମସିହା ପର୍ଯ୍ୟନ୍ତ ସେ ମାଇକ୍ରୋସଫ୍ଟ କମ୍ପାନୀରେ ଚାକିରୀ କରିଥିଲେ । ପରେ ୨୦୧୦ ମସିହାରେ ସେ ଲେନ୍ସକାର୍ଟ କମ୍ପାନୀ ଆରମ୍ଭ କରିଥିଲେ । ପ୍ରଥମେ ପୀୟୁଷଙ୍କର ଏହି ବ୍ୟବସାୟକୁ ନେଇ ପରିବାର ଲୋକ ଏବଂ ସାଙ୍ଗସାଥୀ ଖୁବ୍ ଚିନ୍ତିତ ଥିଲେ । ବହୁବାର ତାଙ୍କୁ ଏହି ବ୍ୟବସାୟ ନ କରିବାକୁ ବୁଝାସୁଝା କରିଥିଲେ । ହେଲେ ସେ ନିଜ ଜିଦରେ ଅଟଳ ରହିଥିଲେ।

- Advertisement -

ପ୍ରଥମେ ଗ୍ରାହକଙ୍କ ଆବଶ୍ୟକତାକୁ ବୁଝି ଭିନ୍ନ ଭିନ୍ନ ୱେବସାଇଟ୍ ଲଞ୍ଚ କରିଥିଲେ ପୀୟୁଷ । ଏବଂ ସେଥିରେ ଚଷମା ଗ୍ଲାସ ଗୁଡିକୁ ଅନଲାଇନରେ ବିକ୍ରି କରିବା ଆରମ୍ଭ କରିଥିଲେ। ଧୀରେ ଧୀରେ ତାଙ୍କ କମ୍ପାନୀ ସଫଳତା ଆଡକୁ ଗତି କରିବାକୁ ଲାଗିଲା। ଆଜି ଏହି ବ୍ୟବସାୟରୁ ପୀୟୁଷ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି।  ସେଦିନର ସେହି ସଂଘର୍ଷ ପୂର୍ଣ୍ଣ ଯାତ୍ରା ଆଜି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଛି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories