www.samajalive.in
Saturday, December 13, 2025
26.1 C
Bhubaneswar

ଗଞ୍ଜେଇ ପେଣ୍ଠସ୍ଥଳୀ ପାଲଟିଛି ବାଉଁଶୁଣି ଥାନା ଅଞ୍ଚଳ

ବାଉଁଶୁଣି: ବାଉଁଶୁଣି ଥାନା ଅଞ୍ଚଳରେ ବେଆଇନ ଭାବେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ପ୍ରତିଦିନ ବାଉଁଶୁଣି ଅଞ୍ଚଳ ଦେଇ ଲକ୍ଷାଧ୍ଵକ ଟଙ୍କା ଗଞ୍ଜେଇ ବାହାର ରାଜ୍ୟକୁ ବିଭିନ୍ନ ମାଧ୍ୟମରେ ଚୋରାଚାଲାଣ ହେଉଛି। ଜିଲ୍ଲାରୁ ଦଲାଲ ମାଧ୍ୟମରେ ବାଉଁଶୁଣି, ଟାଟରକିଲା, ତେନ୍ତୁଳିପାଲି, କଙ୍କଲା ନଦୀଘାଟ, ବାଘ ନଦୀ କରଡ଼ାପଡ଼ା ମନ୍ଦିର ଘାଟ, ଗୁନ୍ଦୁଲିଆ-ବାଉଁଶୁଣି, ଗୋଛାପଡ଼ା- ଦନ୍ତାପାଲି, ରାସ୍ତା ଦେଇ ରାଜ୍ୟ ଓ ଛତିଶଗଡ଼, ମଧ୍ୟପ୍ରଦେଶର ସହ ଜିଲ୍ଲା ତଥା ଅନ୍ୟ ଜିଲ୍ଲା ସମେତ ପଡୋଶୀ ଜିଲ୍ଲାକୁ ଦିନ ଦିପହରରେ ଖୋଲା ମେଲାରେ ବାଇକ, ଅଟୋ, ଆମ୍ବୁଲାନ୍ସ ଓ ପନିପରିବା ଗାଡ଼ି ସାହାଯ୍ୟରେ ଚୋରାଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ମହାନଦୀ ଦେଇ ଗଞ୍ଜେଇ ମାଫିଆ ମାନେ ପ୍ରତ୍ୟେକ ଦିନ ବୀରମହାରାପୁର ସହିତ ଜାତୀୟ ରାଜପଥ ୫୭ରେ ଗଞ୍ଜେଇ ମାଫିଆ ମାନେ ଅଭିନବ ଢ଼ଙ୍ଗରେ ଲଙ୍କା ବସ୍ତା, ମୁଢ଼ି ବସ୍ତା, ପନିପରିବା ବସ୍ତା ରେ ଚୋରା ଚାଲାଣ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ବିଗତ ବର୍ଷ ମାନଙ୍କରେ ବାଉଁଶୁଣି ଥାନା ଗଞ୍ଜେଇ ଧରିବାରେ ସଫଳ ହାସଲ କରୁଥିବା ବେଳେ ଏ ବର୍ଷ କିଛି ଜଣା ପଡ଼ୁଥିବା ଥାନା ଅଞ୍ଚଳରେ ଚର୍ଚ୍ଚା ହେଉଛି। କିଛି ଅସାଧୁ ପୋଲିସ କର୍ମଚାରୀ ଓ ଗଞ୍ଜେଇ ମାଫିଆ ସଲାସୁତୁରା ଯୋଗୁଁ ମାଫିଆ ମାନେ ଗିରଫ ହୋଇପାରୁନଥିବା କିମ୍ବା ହାତ ଗୁଞ୍ଜା ଦେଇ ଖସି ଯାଉଥବେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories